ଆଉ ଚଳିବନି ଜଙ୍ଗଲରେ ମାଫିଆଙ୍କ ରାଜ୍ । ଜଙ୍ଗଲ ସୁରକ୍ଷା ଦାୟିତ୍ୱ ନେଲେ ଆଦିବାସୀ ମହିଳା । ମାଁ ଭଗବତୀ ସଂଗଠନ ଗଢି ପାଳି ପାଳି କରି ଜଗୁଛନ୍ତି ଜଙ୍ଗଲ

410

କନକ ବ୍ୟୁରୋ: ଜଙ୍ଗଲର ସୁରକ୍ଷା ଚିନ୍ତା ପାଇଁ ଅଂଟା ଭିଡିଛନ୍ତି ମହିଳା । ଉପାନ୍ତ ଗାଁର ଜଙ୍ଗଲକୁ ଜଗୁଛନ୍ତି ଆଦିବାସୀ ମହିଳା । ଜଙ୍ଗଲ କୁ ଦଲାଲି ମୁକ୍ତ ଓ କାଠ ମାଫିଆଙ୍କ କବଳରୁ ମୁକଳାଇବା ପାଇଁ ମାଁ ଭଗବତୀ ସଂଗଠନ ର ସଦସ୍ୟାମାନେ ଆରମ୍ଭ କରିଛନ୍ତି ଏକ ନିଆରା ଅଭିଯାନ ।

ହାତରେ ଡାଳ ଓ ମନରେ ସାହାସ । ଜଙ୍ଗଲକୁ ଅକ୍ତିଆର କରିପାରିବେ ନାହିଁ ଦଲାଲ । ଜଙ୍ଗଲ ଜାଳିବା ବନ୍ଦ କର । ସୁରକ୍ଷାରେ ଜଙ୍ଗଲକୁ ରଖ । କାଠକୁ ନେଇ ବିଭାଗ ଓ ଦଲାଲଙ୍କ ସଲାସୁତୁରାକୁ ପ୍ରସୟ ଦେବେ ନାହିଁ ଆଦିବାସୀ ଇଲାକାର ସଚେତନ ମହିଳା । ସେଥିପାଇଁ ଅଂଟା ଭିଡିଛନ୍ତି ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ହାଟପଦା ସାହିର ମାଁ ଭଗବତୀ ସ୍ୱୟଂ ସହାୟିକା ଦଳ । ପ୍ରଥମେ ଗାଁରେ ବୈ÷ଠକ କରି ନିଷ୍ପତି ନେଇଥିଲେ ଏମାନେ । ଶପଥ କଲେ ଦୁଇ ପାଦ ଆଗକୁ ଆସି ଗାଁ ଜଙ୍ଗଲକୁ ଜଗିବେ ।

ବାରମ୍ବାର କାଠ ଚାଲାଣ ଓ ଜଙ୍ଗଲରେ ନିଆଁ ଲାଗୁଥିବା ସମ୍ପର୍କରେ ବନ ବିଭାଗକୁ ଅବଗତ କରାଇଲେ ମଧ୍ୟ କୈ÷ଣସି ଫଳ ମିଳୁ ନଥିଲା । ବନ ବିଭାଗ ତରଫରୁ ପଦକ୍ଷେପ ନିଆ ଯାଉ ନଥିବାରୁ ନିଜେ ବାହାରି ସଂଗଠନ ଗଢିଲେ ଓ କଲେ ମାଁ ଭଗବତୀ ସ୍ୱୟଂ ସହାୟିକା ଗୋଷ୍ଠୀ । ସକାଳେ ସନ୍ଧ୍ୟାରେ ଦୁଇ ଦୁଇ ଘଂଟା ଜଙ୍ଗଲରେ ପହରା ଦେଉଛନ୍ତି ସଂଗଠନ ର ସଦସ୍ୟା । ଏଥିପାଇଁ ୧୦ ଜଣିଆ କମିଟି ଗଠନ କରି ସକାଳେ ୨ ଓ ସନ୍ଧ୍ୟାରେ ୨ ଘଣ୍ଟା ଜଙ୍ଗଲରେ ଜଗୁଛନ୍ତି ଏମାନେ । ନିଆଁ ଲାଗିଲେ ଆୟତ କରିବା ସହ ମାଫିଆ ମୁକ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି ଆଦିବାସୀ ମହିଳା । ତେବେ ଆଦିବାସୀ ମହିଳାଙ୍କ ଏପରି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି ।