ଦୁର୍ଗମ ଅଞ୍ଚଳରୁ ୧୬ କି.ମି ଚାଲି ଭୋଟ୍ ଦେବାକୁ ଆସିଲେ ଆଦିବାସୀ ! ସହରରୁ ଆସିଲେ ମାତ୍ର ୫୦ ପ୍ରତିଶତ ଲୋକ ।

64

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ସହରରୁ ମୋଟ ୫୦ ପ୍ରତିଶତ ଲୋକ ଭୋଟ୍ ଦେବାକୁ ଯାଇଥିବା ବେଳେ ଅନ୍ୟ ୫୦ ପ୍ରତିଶତ ଲୋକ ଘର ପାଖ ହୋଇଥିବା ସତ୍ତେ୍ୱ ମତଦାନ କେନ୍ଦ୍ରକୁ ଆସିନଥିଲେ । ଅନ୍ୟପକ୍ଷରେ ଜୟାଶଙ୍କର ଭୁପଲପଲ୍ଲୀ ଜିଲ୍ଲାର ପେନୁଗୋଲୁରେ ଏଭଳି ଏକ ଆଦିବାସୀ ଗାଁ ରହିଛି ଯେଉଁଠାର ଲୋକମାନେ ଦୁର୍ଗମ ଅଚଂଳର ପାହାଡ ଚଢି ୧୬ କି.ମି. ଦୂର ଭୋଟ୍ ଦେବାକୁ ଆସିଥିଲେ । ଏହି ଅଞ୍ଚଳରୁ ୫୬ ଭୋଟରଙ୍କ ମଧ୍ୟରୁ ୫୦ ଭୋଟର ମତଦାନ ଦେବାକୁ ଆସିଥିଲେ । ଏହି ଆଦିବାସୀଙ୍କ ମଧ୍ୟରେ କିଛି ଏଭଳି ଲୋକ ଥିଲେ ଯେଉଁମାନେ କାନ୍ଧରେ ଛୁଆଙ୍କୁ ପକାଇ ୧୬ କି.ମିର ରାସ୍ତା ଦେଇ ଭୋଟ୍ ଦେଇ ଫେରିଥିଲେ । ସକାଳ ୮ ଟାରୁ ଆଦିବାସୀମାନେ ଭୋଟ ଦେବା ପାଇଁ ଘରୁ ବାହାରି ଥିଲେ । ମତଦାନ କେନ୍ଦ୍ରକୁ ଆସିବା ପାଇଁ ସାଢେ ୪ ଘଣ୍ଟା ସମୟ ଲାଗିଥିଲା ।

ମତଦାତାଙ୍କ ମଧ୍ୟରେ ୧୦ ଜଣ ଥିଲେ ବରିଷ୍ଠ ନାଗରିକ :

ମତଦାତାଙ୍କ ମଧ୍ୟରେ ଆସିଥିବା ଆଦିବାସୀଙ୍କ ମଧ୍ୟରୁ ୧୦ ଜଣ ବରିଷ୍ଠ ନାଗରିକ ଥିଲେ ଯେଉଁମାନେ ଉପଯୁକ୍ତ ସମୟରେ ନିର୍ବାଚନ କେନ୍ଦ୍ରରେ ପହଚିଂବା ପାଇଁ ପୂର୍ବରାତିରୁ ହିଁ ଯାତ୍ରା ଆରମ୍ଭ କରିଦେଇଥିଲେ । ପାଖ ଗ୍ରାମରେ କିଛି ସମୟ ଅଟକି ଏମାନେ ଯାତ୍ରାରେ ଚାଲୁଥିଲେ । ଜଣେ ବୟସ୍କ ବ୍ୟକ୍ତିଙ୍କୁ ଏନେଇ ଯେତେବେଳେ ପ୍ରଶ୍ନ କରାଗଲା ସେ କହିଥିଲେ,ଆମେ ଭୋଟ୍ ଦେବାକୁ ନ ଆସିଲେ ଆମକୁ ମୃଁତ ବୋଲି ଘୋଷଣା କରି ଦିଆଯାଏ । ତେଣୁ ଆମେ ନିର୍ବାଚନକୁ ଏକ ପରମ୍ପରା ଭାବି ପ୍ରତିବର୍ଷ ଭୋଟ୍ ଦେବାକୁ ଆସୁ ।

ବିକାଶ ଆଶାରେ ଆଦିବାସୀ :

ଏହି ଗ୍ରାମର ଲୋକଙ୍କ କହିବା ଅନୁସାରେ ୨୦୦୯ ମସିହାରେ ସରକାର ଆଦିବାସୀଙ୍କୁ ଜମି ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ଏ ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ଆମେ ବେଳେବେଳେ ଆମ ହକ୍ କୁ ପାଇବା ପାଇଁ ଭୋଟ୍ ଦେବାକୁ ଆସୁ ।