କାଠ ମାଫିଆଙ୍କ ଉପରେ ଲାଗିବ ଅଙ୍କୁଶ ! ଏବେଠାରୁ କାଠର ଡିଏନଏନ ରିପୋର୍ଟରୁ ଧରାପଡ଼ିବେ ଚୋର

96

ଜଙ୍ଗଲ ସୁରକ୍ଷା ନେଇ ସରକାର ଅନେକ ପଦକ୍ଷେପ ଉଠାଉଥିଲେ ହେଁ କାଠ ମାଫିଆଙ୍କ ଦୌରାତ୍ମ୍ୟ କମୁନି । ଦିନକୁ ଦିନ କାଠ ମାଫିଆଙ୍କ ରାଜ୍ ବଢ଼ିବାରେ ଲାଗିଛି । କାଠ ମାଫିଆ ମାନେ ଦିନକୁ ଦିନ ଅଧିକ ସକ୍ରିୟ ହେବାର ଖବର ଆସୁଛି । ତେବେ ଆଗକୁ କାଠ ମାଫିଆଙ୍କୁ ଜବତ କରାଯାଇପାରିବ ବୋଲି ଆଶା କରାଯାଉଛି ।

କାଠ ମାଫିଆଙ୍କୁ ତ୍ରାହି ମିଳିବ ନାହିଁ । ସାକ୍ଷୀ ରହିବେ କଟା ଗଛ । କାଠ ମାଫିଆଙ୍କୁ ଧରିବା ପାଇଁ ସାହାଯ୍ୟ କରିବ କଟାଗଛର ଡିଏନଏ । ରିପୋର୍ଟ ଜରିଆରେ କାଠ ମାଫିଆଙ୍କ ଉପରେ ଲାଗିବ ଅଙ୍କୁଶ । ବନ ବିଭାଗ କାଠ ମାଫିଆଙ୍କ ଆଡ଼୍ଡ଼ା ଉପରେ ରେଡ଼୍ ତଥା ଜବତ ହୋଇଥିବା ଗଛର ଡିଏନଏ ମିଳାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ପର୍ଯ୍ୟନ୍ତ କେବଳ ମାନବ ସମାଜ ସହ ଜଡ଼ିତ ଅପରାଧ ଓ ରିସର୍ଚ୍ଚରେ ଡିଏନଏ ରିପୋର୍ଟର ବ୍ୟବହାର ହେଉଥିଲା । କିନ୍ତୁ ଆଗକୁ ଜଙ୍ଗଲ ସୁରକ୍ଷାରେ ଡିଏନଏ ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଗଛର କଟା ଡାଳର ଡିଏନଏ ବ୍ୟବସ୍ଥା ଦେଶରେ ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ନୌରାଦେହୀ ବନ୍ୟ ଜୀବ ସଂରକ୍ଷଣ ଅଭୟାରଣ୍ୟରେ ଲାଗୁ ହୋଇଛି । ତେବେ ପରୀକ୍ଷାମୂଳକ ଭାବେ ଏହି ପ୍ରୋଜେକ୍ଟକୁ ଆରମ୍ଭ କରାଯାଇଛି । ଅଭିଯୁକ୍ତଭଙ୍କ ଠାରୁ ଜବତ ହୋଇଥିବା କାଠ ଓ ଓ କଟା ଗଛର ଡିଏନଏ ରିପୋର୍ଟର ପରୀକ୍ଷା ଜବଲପୁରରରେ କରାଯିବ । ଜବତ ହୋଇଥିବା କାଠ ଓ କଟା ଗଛର କାଠର ଡିଏନ ସମାଜ ହେଲେ କାଠ ମାଫିଆଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।