ବଳରାମପୁର ଅଞ୍ଚଳର ଗଛ କଟା ପ୍ରସଙ୍ଗ : ଆଜି ମାମଲାର ଶୁଣାଣି କରିବେ ଗ୍ରୀନ ଟ୍ରିବ୍ୟୁନାଲ

ଗଛକଟାର ଶୁଣାଣି କରିବେ ଗ୍ରୀନ ଟ୍ରିବ୍ୟୁନାଲ

18

କନକ ବ୍ୟୁରୋ : ଢେଙ୍କାନାଳ ବଳରାମପୁର ଅଞ୍ଚଳରେ ମଦ କାରଖାନା ପ୍ରତିଷ୍ଠା କରିବାପାଇଁ ଗଛକଟା ଘଟଣାରେ ଆଜି ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲର ପ୍ରମୁଖ ଖଣ୍ଡପୀଠରେ ଶୁଣାଣି ହେବ। ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ତଥା ବିଚାରପତି ଆଦେଶ କୁମାର ଗୋଏଲ, ବିଚାରପତି ଏସ୍ ପି ୱାଗ୍ଡ଼ି, ବିଚାରପତି କେ ରାମକୃଷ୍ଣ ଓ ବୈଷୟିକ ସଦସ୍ୟ ଡକ୍ଟର ନଗିନ ନନ୍ଦ ଦିନ ୩ଟାରେ କଲିକତା ଖଣ୍ଡପୀଠରେ ପୂର୍ବରୁ ବିଚାରଧିନ ଥିବା ଏହି ମାମଲାକୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିବେ। ବିଜୟ କୁମାର ମାଝି ମଦ କାରଖାନା ପାଇଁ ବ୍ୟାପକ ଗଛକଟା ହେଉଥିବା ଅଭିଯୋଗ କରି କଲିକତା ସ୍ଥିତ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲର ଆଞ୍ଚଳିକ ଖଣ୍ଡପୀଠରେ ମାମଲା ଦାଏର କରିଥିଲେ।

 

ତେବେ ବଳରାମପୁରରେ ହୋଇଥିବା ଗଛକଟାକୁ ନେଇ ସାରା ରାଜ୍ୟରେ ହଟଚମଟ ହୋଇଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଗଛକଟା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଗଛକଟା ବନ୍ଦ ରହିଥିଲା । ପରେ ସେହି ସ୍ଥାନରେ ଅନେକ ରାଜନେତା ମଧ୍ୟ ପହଚିଂ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନ ମଧ୍ୟ କରିଥିଲେ । ତେବେ ଆଜି ଶୁଣାଣି ହେବାକୁ ଥିବାରୁ ସାରା ରାଜ୍ୟର ଲୋକ ଶୁଣାଣିକୁ ଅପେକ୍ଷା କରିଥିବା ସୂଚନା ମିଳିଛି ।

Comments are closed.