ମହାପ୍ରଭୁ ଅସୁସ୍ଥ : ମାନବୀୟ ଲୀଳା ଆଧାରରେ ଚାଲିଛି ଶ୍ରୀଜୀଉଙ୍କ ଉପଚାର

51

କନକ ବ୍ୟୁରୋ :  ମହାପ୍ରଭୁ ଅସୁସ୍ଥ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇବା ପରେ ଜ୍ୱରରେ ପୀଡିତ ହୋଇଛନ୍ତି ମହାପ୍ରଭୁ । ଗତକାଲିଠାରୁ ମହାପ୍ରଭୁଙ୍କ ଉପଚାର ଆରମ୍ଭ ହୋଇଛି । ମାନବୀୟ ଲୀଳା ଆଧାରରେ ଶ୍ରୀଜୀଉଙ୍କ ଉପଚାର କରାଯାଉଛି । ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଗୁପ୍ତ ନୀତି ଚାଲିଛି । କାଲି ଲାଗି ହେବ ଫୁଲୁରୀ ତେଲ । ଅଣସର ସମୟରେ ମହାପ୍ରଭୁଙ୍କ ପଣାଭୋଗ ହୋଇଥାଏ । ଏହି ପଣାର ଖାସ କଥା ହେଲା, ଏଥିରେ କୌଣସି ଦ୍ରବ୍ୟ ମିଶିନଥାଏ । କେବଶ କ୍ଷୀର, ସର ଓ ଛେନାରେ ପ୍ରସ୍ତୁତ ହୋଇଥାଏ । ଅସୁସ୍ଥ ସମୟରେ ମହାପ୍ରଭୁଙ୍କର ପ୍ରିୟ ହେଉଛି ଏହି ପଣା ।

ସେପଟେ ରଥଯାତ୍ରାର ଶେଷ ସମନ୍ୱୟ କମିଟି ବୈଠକ ଘୁଂଚିଲା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସମନ୍ୱୟ ବୈଠକକୁ ୬ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ଜଗନ୍ନାଥ ସେବାୟତ ସମ୍ମିଳନୀର ବିରୋଧ ପରେ ଏହି ନିଷ୍ପତି ହୋଇଛି । ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ମରା ଘଟଣା ପରେ ବଦଳିଲା ନିଷ୍ପତି । ସେପଟେ ଅସନ୍ତୁଷ୍ଟ ସେବାୟତଂକୁ ମନାଇବାକୁ ଉଦ୍ୟମ କରୁଛି ପ୍ରଶାସନ