ଅଡୁଆରେ ଅଭିନେତ୍ରୀ ସ୍ୱରା ଭାଷ୍କର : ସ୍ୱରାଙ୍କ ଉପରେ ଲାଗିଲା ରାଜଦ୍ରୋହର ଅଭିଯୋଗ , ଅଭିଯୋଗ ଆଣିଲେ କାନପୁରର ବରିଷ୍ଠ ଅଧିବକ୍ତା

583

ବର୍ତ୍ତମାନ ଦେଶରେ ସିଏଏ ଏବଂ ଏନଆରସିକୁ ନେଇ ବାଦ,ବିବାଦ,ହିଂସା ଭଳି ପରିବେଶ ସୃଷ୍ଟି ହୋଇଛି । କିଛି ଲୋକ ଏହାର ସପକ୍ଷରେ ଥିବା ବେଳେ ଆଉ କିଛି ଲୋକ ଏହାର ବିପକ୍ଷରେ ରହିଛନ୍ତି । ବଡ଼ କଥା ହେଉଛି ବଲିଉଡ୍ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଟ୍ରେଣ୍ଡ୍ ଦୌଡରେ ସାମିଲ୍ ହୋଇଛନ୍ତି । ଅଭିନେତ୍ରୀ ସ୍ୱରା ଭାସ୍କର ଭିନ୍ନ ଭିନ୍ନ ମଞ୍ଚରେ ଏହାର ବିପକ୍ଷରେ ବୟାନ ଦେଉଛନ୍ତି । ନିକଟରେ ତାଙ୍କୁ ଏକ ମଞ୍ଚରେ ଏନଆରସିକୁ ନେଇ ପ୍ରଶ୍ନ ପଚରାଯାଇଥିଲା ଯାହାର ଜବାବ୍ ଦେଇ ସେ ଏବେ ଟ୍ରୋଲ୍ ର ଶିକାର ହୋଇଯାଇଛନ୍ତି । ତେବେ କାନପୁରର ବରିଷ୍ଠ ଅଧିବକ୍ତା ବିଜୟ ବକ୍ସି କାନପୁର ସିଏମଏମ୍-୭ କୋର୍ଟରେ ସ୍ୱରାଙ୍କ ବିରୋଧରେ ରାଜଦ୍ରୋହର ନୋଟିସ୍ ଜାରି କରିଛନ୍ତି । ସ୍ୱରାଙ୍କ ବିରୁଦ୍ଧରେ ଆଇପିସି ଧାରା ୧୨୪ଏ , ୧୫୩ ଏ , ୧୫୩ ବି ଏବଂ ୫୦୫ (୨) ଅନୁସାରେ ନୋଟିସ୍ ଜାରି କରାଯାଇଛି ।

ବିଜୟ ବକ୍ସି କହିଛନ୍ତି , “ସ୍ୱରା ଭାସ୍କର ଭାରତ ସରକାରଙ୍କୁ ଅସ୍ଥିର କରିବା ପାଇଁ ୨ ସଂପ୍ରଦାୟ ଭିତରେ ବିବାଦ ସୃଷ୍ଟି କରିବା ପାଇଁ ଏଭଳି ଉସକାଇବା ଭଳି ବୟାନ୍ ଦେଉଛନ୍ତି । ଏଭଳି କିଛି ସେଲିବ୍ରିଟିଙ୍କ ବୟାନ୍ ପାଇଁ ଦିଲ୍ଲୀ ଏବେ ଗମ୍ଭୀର ଦଶା ଭୋଗୁଛି । ଏମାନଙ୍କ ଟିଆରପି ବୟାନ୍ ପାଇଁ ନିରୀହ ଦିଲ୍ଲୀବାସୀଙ୍କ ଜୀବନ ଚାଲିଯାଉଛି । ତେଣୁ ଏସବୁକୁ ଦୃଷ୍ଟି ରଖି ମୁଁ ଅଭିନେତ୍ରୀଙ୍କ ବିରୁଦ୍ଧରେ ରାଜଦ୍ରୋହ ନୋଟିସ୍ ଜାରି କଲି ।”