ବୁଲିବା ପାଇଁ ଭଲପାଆନ୍ତି କି ? ମାତ୍ର ୫,୦୦୦ ଟଙ୍କାରେ ଦେଖିଆସନ୍ତୁ ଭାରତର ୫ଟି ଅତି ସୁନ୍ଦର ସ୍ଥାନ

329

ବୁଲାବୁଲି କରିବା ପାଇଁ କାହାକୁ ବା ଭଲ ନଲାଗେ । ନୂଆ ଜାଗା ଦେଖିବାର ନିଆରା ଅନୁଭୂତି ଜୀବନର ସାଧାରଣ ଜୀବନରେ ବହୁତ ଗୁରୁତ୍ୱ ରଖେ । ବ୍ୟସ୍ତବହୁଳ ଜୀବନ ତଥା ଭିଡ ଭିତରୁ କିଛି ସମୟ ବାହାର କରି ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାଇ ବିଶେଷ ମୁହୁର୍ତ୍ତକୁ ଉପଭୋଗ କରିବା ପାଇଁ ସମସ୍ତେ ଆଗ୍ରହୀ ଥାଆନ୍ତି । ଆଉ ଟିକେ ଫୁରସତ ପାଇଲେ ମନର ଶାନ୍ତି ପାଇଁ ଟିକିଏ ବାହାରକୁ ବୁଲାବୁଲି କରିବା ପାଇଁ ଯାଆନ୍ତି । ତେବେ ଅଧିକ ଟଙ୍କା ଖର୍ଚ୍ଚ କରି ବ୍ୟୟବହୁଳ ସ୍ଥାନକୁ ଯିବା ସମସ୍ତଙ୍କ ପାଇଁ ସମ୍ଭବପର ହୋଇପାରେ ନାହିଁ । ଇଚ୍ଛା ଥିଲେ ମଧ୍ୟ ମନକୁ ମାରିବା ପାଇଁ ପଡ଼େ । ତେବେ ଏପରି ଅସୁବିଧା ଯଦି ଆପଣଙ୍କ ସହ ହେଉଛି ତେବେ ତାହାର ମଧ୍ୟ ସମାଧାନ ରହିଛି । ଆସନ୍ତୁ ଏପରି କିଛି ସ୍ଥାନ ବିଷୟରେ ଜାଣିବା ଯେଉଁଠିକୁ ଯାଇ ଆପଣ ଶସ୍ତାରେ ରହିପାରିବେ ।

ଓରଛା (ମଧ୍ୟପ୍ରଦେଶ) : ଝାନସୀ ଠାରୁ ୧୬ କିଲୋମିଟର ଦୂରରେ ଅବସ୍ଥିତ ମଧ୍ୟପ୍ରଦେଶର ଆରଛା ଚାରିପଟେ ପାହାଡ ଘେରରେ ରହିଛି । ମନରୋମ ପରିବେଶ ତଥା ସବୁଜ ବନାନାରେ ଭରପୁର ଏହି ସ୍ଥା । ଏଠାରେ ଅନେକ ପ୍ରସିଦ୍ଧ ମନ୍ଦିର ଦେଖିବାକୁ ମିଳେ । ବର୍ଷା ଋତୁରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ । ଏଠାରେ ୨ ରାତି ୩ ଦିନ ରହିବା ପାଇଁ ମାତ୍ର ୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଡଲହୌସିି (ହିମାଚଳ ପ୍ରଦେଶ) : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଡଲହୌସିି ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରିଥାଏ । ଏହି ସ୍ଥାନର ସୁନ୍ଦରତାକୁ ଅନୁଭବ କରିବା ପାଇଁ ଦୂର ଦୂର ସ୍ଥାନରୁ ଧାଇଁ ଆସିଥାନ୍ତି ପର୍ଯ୍ୟଟକ । ଭ୍ରମଣ କରିବା ପାଇଁ ଏଠାରୁ ସୁନ୍ଦର ତଥା ଶସ୍ତା ସ୍ଥାନ ଆଉ କେଉଁଠି ମିଳିବା ମୁସ୍କିଲ । ଏହା ଭାରତର ଲୋକପ୍ରିୟ ଭ୍ରମଣକାରୀ ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ । ଏଠାରେ ୨ ରାତି ୩ ଦିନ ରହିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ କେବଳ ୫,୦୦୦ ଟଙ୍କା ଦେବାକୁ ପଡିବ ।

ମାଉଣ୍ଟ ଟାବୁ( ରାଜସ୍ଥାନ) : ମାଉଣ୍ଟ ଟାବୁ ରାଜସ୍ଥାନର ଏକ ପ୍ରସିଦ୍ଧ ପାହାଡିଆ ସ୍ଥାନ । ଅନେକ ସୁନ୍ଦର ପାହାଡ ଏଠାରେ ରହିଛି । ସେଠାର ଦେଲବାଡା ମନ୍ଦିର ଖୁବ ଲୋକପ୍ରିୟ । ତେବେ ଏଠାକୁ ଆସିବା ପାଇଁ ଆପଣଙ୍କୁ ବେଶୀ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ୨ ରାତି ୩ ଦିନ ରହିବା ପାଇଁ କେବଳ ୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ବେଲୀ ଅଫ ଫ୍ଲାୱର(ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡର ଏହି ମନରୋମ ସ୍ଥାନ ଅବସ୍ଥିତ । ଏଠାରେ ଆପଣଙ୍କ ବିଭିନ୍ନ ପ୍ରକାର ଫୁଲ ଦେଖିବାକୁ ପାଇପାରିବେ । ଯଥା : ଜଙ୍ଗଲୀ ଗୋଲାପ, ଡେଲିୟା, ସୈକ୍ସିଫେଜ, ଗେଣ୍ଡୁ ଭଳି ଅନେକ ଫୁଲ ଏଠାରେ ଦେଖିବାକୁ ପାଇଥାନ୍ତି ପର୍ଯ୍ୟଟକ । ଏଠାରେ ୨ ରାତି ୩ ଦିନ ରହିବା ପାଇଁ ମାତ୍ର ୩,୫୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ ।

ସିଲଙ୍ଗ (ମେଘାଲୟ) : ମେଘାଳୟରେ ଅବସ୍ଥିତ ସିଲଙ୍ଗ ସୌନ୍ଦର୍ଯ୍ୟରେ ଭରପୁର । ପ୍ରକୃତି ପ୍ରେମୀଙ୍କ ପାଇଁ ଏହି ଜାଗା କୌଣସି ସ୍ୱର୍ଗ ଠାରୁ କମ୍ ନୁହେଁ । ପାହାଡ ସହ ସବୁଜ ଗଛଲତା ଏହାର ପ୍ରକୃତିର ସୁନ୍ଦରତାକୁ ଚାର ଚାନ୍ଦ ଲଗାଇ ଦେଇଥାନ୍ତି  ।