ଭୁବନେଶ୍ୱରରୁ ମାଲେସିଆ ଟୁରରେ ଯାଇ ଠକି ଯାଇଛନ୍ତି ଜଣେ ବୟସ୍କ ବ୍ୟକ୍ତି ଓ ତାଙ୍କ ପତ୍ନୀ ! ଆଇୱା ଟ୍ରାଭେଲ୍ସ ସଂସ୍ଥା ଏହି ଟୁର ନାଁରେ ଲୋକଙ୍କୁ ଲଗାଇଛି ଚୁନା

62

କନକ ବ୍ୟୁରୋ :  ଭୁବନେଶ୍ୱରରୁ ମାଲେସିଆ ଟୁରରେ ଯାଇ ଠକି ଯାଇଛନ୍ତି ଜଣେ ବୟସ୍କ ବ୍ୟକ୍ତି ଓ ତାଙ୍କ ପତ୍ନୀ । ଭୁବନେଶ୍ୱରର ଆଇୱା ଟ୍ରାଭେଲ୍ସ ସଂସ୍ଥା ଏହି ଟୁର ନାଁରେ ଲୋକଙ୍କୁ ଚୁନା ଲଗାଇଛି । ଲୋକ ମାନେ ବିଦେଶ ଭ୍ରମଣ କରିବା ପାଇଁ ଟୁର ଟ୍ରାଭେଲ୍ସର ବିଭିନ୍ନ ଆକର୍ଷଣୀୟ ପ୍ୟାକେଜ ପାଇଁ ଟ୍ରାଭେନ୍ସ ସଂସ୍ଥାରେ ଅଗ୍ରିମ ଟଙ୍କା ପଇଠ କରନ୍ତି । ସର୍ତ୍ତ ମୁତାବକ ସମସ୍ତ ସୁବିଧା ସୁଯୋଗ ପାଇବାର ଆଶା ବାନ୍ଧନ୍ତି ।

ଟ୍ରାଭେଲ୍ସ ସଂସ୍ଥା ଉପରେ ଭରଷା କରି ଯାତ୍ରୀ ମାନେ ଥରେ ମାଲେସିଆରେ ପଂହଚି ଗଲା ପରେ, ଏହି ଠକ ସଂସ୍ଥା ଆଉ ଧରା ଛୁଆଁ ଦିଏନି । ଫଳରେ ପକେଜ୍ ବାବଦକୁ ଦେଇଥିବା ଟଙ୍କାର ୨ଗୁଣା ଟଙ୍କା ଖର୍ଚ୍ଚାନ୍ତ କରନ୍ତି । ଆଉ ଶେଷରେ ଟୁର ଟ୍ରାଭେଲ୍ସ ଉପରେ ଭରଷା କରି ମାଲେସିଆ ବୁଲିବାକୁ ଯାଇଥିବା ଯାତ୍ରୀମାନେ କାନ ମୁଣ୍ଡା ଆଉଁଷି ଘରକୁ ଫେରନ୍ତି।

ଆଇୱା ଟ୍ରାଭେଲ୍ସର ମୁଖ୍ୟ ଦେବୀ ପ୍ରସାଦ ପାମିଗ୍ରାହୀ । ଯିଏକି ଟୁର ଟ୍ରାଭେଲ୍ସ ନାଁରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରିଛି । ଥାନାରେ ଅଭିଯୋଗ ପରେ ଏହି ଠକ ସଂସ୍ଥା ଉପରେ ପୁଲିସ ଛାପା ମାରିଛି । ଅଫିସରେ ଥିବା କମ୍ପ୍ୟୁଟର, ହାର୍ଡଡିକ୍ସ ଓ ଅନ୍ୟାନ ଜିନିଷ ପତ୍ରକୁ ସିଜ୍ କରାଯାଇଛି । ଆଉ ଏହି ଠକ ସର୍ଦ୍ଦାରକୁ କୋର୍ଟ ଚାଲଣ କରାଯାଇଛି । ତେବେ ଏହି ନେଟୱାର୍କର ପର୍ଦାଫାଶ କରିବା ପାଇଁ ପୁଲିସ ଛାନଭିନ୍ ଜାରି ରଖିଛି ।