ଅଳିଆ ଗଦାରେ ପରିଣତ ହେଲା ଲାଲ୍ କିଲ୍ଲା ମଇଦାନ : ସ୍ୱତନ୍ତ୍ରତା ଉତ୍ସବ ପାଳନ ପରେ କିଛି ଏଭଳି ଦେଖାଗଲା ଲାଲ୍ କିଲ୍ଲା

35

ଗୋଟିଏ ପଟେ ଯେଉଁଠି ସରକାର ‘ସ୍ୱଚ୍ଛ ଭାରତ ଅଭିଯାନ’ ଉପରେ ଜୋର୍ ଦେଉଛନ୍ତି, ସେଇଠି ଲାଲ୍ କିଲ୍ଲା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ପରେ ପ୍ଲାଷ୍ଟିକ ବୋତଲ ଓ କଦଳୀ ଚୋପା ବିଛେଇ ପଡିଥିବା ନଜର ଆସିଥିଲା । ସମାରୋହରେ ଯେଉଁଠି ପିଲା ଓ ଜନସାଧାରଣ ବସିଥିଲେ , ସେହି ପରିସରରେ ସମାରୋହ ସଂପନ୍ନ ହେବାର କିଛି ମିନିଟ୍ ପରେ ପ୍ଲାଷ୍ଟିକ ପାଣି ବୋତଲ ଜମା ହୋଇଥିବାର ଦେଖାଯାଇଥିଲା । ଏଥିରୁ ସପ୍ତଦଶ ଶତାବ୍ଦୀର ମୋଗଲ ସ୍ମାରକରେ ଆବର୍ଜନା କୁଣ୍ଡର ବ୍ୟବସ୍ଥା ନଥିବାର ସଂକେତ ମିଳିଲା ।

ଆବର୍ଜନା କୁଣ୍ଡ ବଦଳରେ କାର୍ଡବୋର୍ଡର କିଛି ପେଟିର ବ୍ୟବହାର କରାଯାଇଥିଲା, ଯେଉଁଥିରେ ଆବଶ୍ୟକତା ଠାରୁ ଅଧିକ ଅଳିଆ ହୋଇଯାଇଥିଲା ଓ ପିଲାଙ୍କୁ ଭୂଇଁରେ ଅଳିଆ ଫୋପାଡି ପାଇଁ ପଡିଥିଲା । ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ, ଅଳିଆ ଫିଙ୍ଗିବା ପାଇଁ ସେଇଠି ଆବର୍ଜନା କୁଣ୍ଡ ହିଁ ନଥିଲା । ଯେବେକି ପ୍ରଧାନମନ୍ତ୍ରୀ ସଫାସୁତୁରା ଉପରେ ବହୁତ ଜୋର୍ ଦିଅନ୍ତି ।

ଶିକ୍ଷୟିତ୍ରୀ ଜଣକ କହିବାନୁସାରେ, ପୁରା ମଇଦାନ ଏମିତି ଜଣାପଡୁଥିଲା ଯେମିତି ଅଳିଆ ଫିଙ୍ଗିବାର ସ୍ଥାନ ହୋଇଥିବ । ଅଳିଆ ଫୋପାଡିବା ପାଇଁ ଉଚିତ୍ ପ୍ରବନ୍ଧନ କାହିଁକି କରାଯାଇନଥିଲା ବୋଲି ପ୍ରଶ୍ନ କରିଥିଲେ ଶିକ୍ଷୟିତ୍ରୀ ଜଣକ । ଛାତ୍ରଙ୍କୁ କାର୍ଯ୍ୟକ୍ରମ ପରେ କଦଳୀ, ଚିପ୍ସ ସହିତ ଜଳପାନ ଦିଆଯାଇଥିଲା ଓ ଆବର୍ଜନା କୁଣ୍ଡ ନଥିବା କାରଣରୁ ସେମାନେ ଅଳିଆ ଏପଟେ ସେପଟେ ଫୋପାଡି ଦେଇଥିଲେ । ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ସରକାର ବର୍ଷ ୨୦୨୨ ପର୍ଯ୍ୟନ୍ତ ପ୍ଲାଷ୍ଟିକର ବ୍ୟବହାର ଉପରେ ସଂପୂର୍ଣ୍ଣ ରୂପେ ରୋକ ଲଗାଇବାକୁ ସଂକଳ୍ପ ନେଇଛନ୍ତି ।