ଗର୍ଭବତୀ ଥିବା ଟ୍ରାନ୍ସଜେଣ୍ଡର୍ ପୁରୁଷ ପୁଅକୁ ଦେଲେ ଜନ୍ମ ! ମାତୃତ୍ୱ ଲାଭ କରିବାର କଷ୍ଟକର ସମୟକୁ ବଖାଣିବା ସହ ଲୋକଙ୍କ ଅସହନୀୟ ଟାହିଟାପରାକୁ ମଧ୍ୟ ବଖାଣିଲେ ।

2,699

ଆମେରିକାର ଜଣେ ଟ୍ରାନ୍ସଜେଣ୍ଡର୍ ବାୟଲୀ ସିମପସନ୍ ସନ୍ତାନ ପ୍ରାପ୍ତ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତିି । ଛୁଆ ଜନ୍ମ ହେବାର ୬ ମାସ ପରେ ସେ ଗର୍ଭଧାରଣରୁ ଆଜି ପର୍ଯ୍ୟନ୍ତର କଠିନ ସମୟକୁ ନେଇ ଜନତାଙ୍କୁ କହିଥିଲେ । ବାୟଲୀଙ୍କ କହିବାନୁସାରେ ଗର୍ଭଧାରଣର ସମୟ ଅତ୍ୟନ୍ତ କଷ୍ଟକର । ଏବେ ତାଙ୍କ ସନ୍ତାନ ଯେତେବେଳେ ୬ ମାସର ହୋଇଗଲାଣି ସେ ଖୁବ୍ ଖୁସି ଅଛନ୍ତି । ପ୍ରଥମେ ପ୍ରଥମେ ବାୟଲୀଙ୍କୁ ଯେତେବେଳେ ଗର୍ଭବତୀ ହେବା କଥା ଜଣାପଡିଲା ସେ ଚକିତ ହୋଇଯାଇଥିଲେ । ଏହାର କାରଣ ଯେତେବେଳେ ପୁଅରୁ ଝିଅ ହେବା ପ୍ରକ୍ରିୟାରେ ତାଙ୍କର ମାସିକ ଧର୍ମ ହେବା ବନ୍ଦ ହୋଇଯାଇଥିଲା । ମାସିକ ଧର୍ମ ବନ୍ଦ ହେବା ପରେ ଡାକ୍ତର ତାଙ୍କୁ କେବେ ବି ମା’ ନ ହୋଇପାରିବା କଥା କହିଥିଲେ । କିନ୍ତୁ ଟେସଟୋସଟେରାନ୍ ଥେରାପି ମାଧ୍ୟମରେ ଫେବୃୟାରୀ ୨୦୧୮ ମସିହାରେ ସେ ଗର୍ଭଧାରଣା କରିବା କଥା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସେ କହିଥିଲେ ଯେ ପୁରୁଷରୁ ମହିଳାରେ ପରିବର୍ତ୍ତନ ହେବା ପ୍ରକ୍ରିୟା ସମୟରେ ମୋତେ ଲୋକଙ୍କ ଠାରୁ ଖୁବ୍ ଗାଳି ଶୁଣିବାକୁ ପଡିଥିଲା । ବାୟଲୀ ସିଜରିଆନ୍ ପ୍ରକ୍ରିୟାରେ ପୁଅକୁ ଜନ୍ମ ଦେଇଥିଲେ । ତାଙ୍କ ପୁଅ ନାଁ ରୋବନ୍ ରଖାଯାଇଛି । ବାୟଲୀଙ୍କ କହିବାନୁସାର , ଜଣେ ପୁରୁଷ ଗର୍ଭବତୀ ଥିବା ଖୁବ୍ କମ୍ ଲୋକ ଦେଖିଥିବେ । ଯେତେବେଳେ ମୁଁ ସଡକ ପାର୍ ହେଉଥିଲି ଲୋକ ମୋତେ ଦେଖି କହୁଥିଲେ ମୁଁ କେବେ ବି ପୁରୁଷ ହୋଇପାରିବି ନାହିଁ କାରଣ ପୁରୁଷ କେବେ ବି ପିଲା ଜନ୍ମ କରିପାରନ୍ତି ନାହିଁ । ବାୟଲୀ କୁହନ୍ତି ସେ ସନ୍ତାନ ଜନ୍ମ କରିବା ସମୟରେ ଖୁବ୍ କଷ୍ଟ ସହିଛନ୍ତି ସେ ଭବିଷ୍ୟତରେ ପୁନର୍ବାର ଗର୍ଭଧାରଣ କରିବା ପାଇଁ ଇଚ୍ଛୁକ ନୁହଁନ୍ତି ।