ଭୁବନେଶ୍ୱରରେ ନାଗାବାବାଙ୍କୁ ମାଡ ମାରିବା ଘଟଣା : ୭କିନ୍ନରଙ୍କୁ ଗିରଫ କଲା କମିଶନରେଟ ପୋଲିସ

26

କନକ ବ୍ୟୁରୋ : ଭୁବନେଶ୍ୱରରେ ନାଗାବାବାଙ୍କୁ ମାଡ ମାରିବା ଘଟଣାରେ ୭ ଜଣ କିନ୍ନରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ପୋଲିସ ଉପସ୍ଥିତିରେ ଦିନ ଦ୍ୱିପହରରେ ଜଣେ ନାଗା ବାବାଙ୍କୁ ନିସ୍ତୁକ ପିଟିଥିଲେ କିନ୍ନର । ଖଣ୍ଡଗିରି ବସଷ୍ଟାଣ୍ଡ ନିକଟ ତପୋବନରେ ନାଗାବାବାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆଶ୍ରମ ଭିତରେ ପଶି କିଛି କିନ୍ନର, ବାବାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଜଣେ ନାଗା ସାଧୁଙ୍କୁ କେତେ ଜଣ କିନ୍ନର ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

ଖଣ୍ଡଗିରିରେ ହିଂଜଡା ହାଟ ବନ୍ଦ କରିବାକୁ ସରକାର କଟକଣା ଲଗାଇଥିବା ବେଳେ, କିନ୍ନର ମାନେ ବାବା କରିଥିବା ଘର ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ତେବେ ବୁଧବାରଦିନ କିନ୍ନର ମାନେ ବାବାଙ୍କ ଘରେ ପଶିବାକୁ ଉଦ୍ୟମ କରିବା ସହ ତାଙ୍କ ଘରକୁ ବିରୋଧ କରିଥିଲେ । ପରେ ବାବାଙ୍କ ଉପରେ ଆକ୍ରମଣ ହୋଇଥିଲା ।

ଗତକାଲି ଆଶ୍ରମ ଭିତରେ ପଶି କିଛି କିନ୍ନର ମାଡ ମାରୁଥିବା ସମୟର ଭିଜୁଆଲ ଏବେ ଭାଇରାଲ ହୋଇଛି । ମନଇଛା ବିଧା ଗୋଇଠା ଛେଚି ଦେଇଥିଲେ କିନ୍ନରମାନେ । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ତେବେ ମୌନ ବତ୍ର କରି ଥିବାରୁ ଏନେଇ ଗତକାଲି ମୁହଁ ଖୋଲିନଥିଲେ ବାବା ।