ବଞ୍ଚିଗଲେ ନାଗା ବାବା ! ଅଧଘଣ୍ଟା ଧରି ଗୋଡ଼ାଇ ଗୋଡ଼ାଇ ପିଟିଲେ କିନ୍ନର, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

37

କନକ ବ୍ୟୁରୋ : ନାଗା ବାବାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ କିନ୍ନର । ରାଜଧାନୀର ଛାତି ଉପରେ ଦିନ ଦ୍ୱିପ୍ରହରରେ ନାଗା ବାବାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ କିନ୍ନର । ଖଣ୍ଡଗିରି ବସଷ୍ଟାଣ୍ଡ ନିକଟ ତପୋବନରେ ନାଗାବାବାଙ୍କୁ ମରଣାନ୍ତକ ଆକ୍ରମଣ । ଆଶ୍ରମ ଭିତରେ ପଶି କିଛି କିନ୍ନର ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣ ସମୟର ଭିଜୁଆଲ ଏବେ ଭାଇରାଲ ହୋଇଛି । ଜଣେ ନାଗା ସାଧୁଙ୍କୁ କେତେ ଜଣ କିନ୍ନର ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ମନଇଛା ବିଧା ଗୋଇଠା ଛେଚି ଦେଉଛନ୍ତି ଏହି କିନ୍ନର ମାନେ ।

ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେବେ ମୌନ ବତ୍ର କରି ଥିବାରୁ ଏନେଇ ମୁହଁ ଖୋଲି ନାହାନ୍ତି ବାବା । ଗଣମାଧ୍ୟମ ଆଗରେ ଲିଖିତ ଭାବରେ ନିଜର ଦୁଃଖ ଜଣାଇଛନ୍ତି ବାବା । କିନ୍ତୁ ପୋଲିସରେ ଏନେଇ କୌଣସି ଅଭିଯୋଗ କରିନାହାନ୍ତି ନାଗା ବାବା । ପ୍ରଶ୍ନ ଉଠୁଛି, ଦିନ ଦ୍ୱିପ୍ରହରରେ ଜଣେ ବାବାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ପୋଲିସ କିଭଳି ଚୁପ୍ ବସିଛି । କିନ୍ନର ମାନେ କାହିଁକି ବାବାଙ୍କୁ ଆକ୍ରମଣ କଲେ ତାହା ଏଯାଏଁ ଜଣାପଡିନାହିଁ । ତେବେ ଏଭଳି ଘଟଣାକୁ ନିନ୍ଦା କରିଛି କିନ୍ନର ସଂଘ ।