ଏକ ନିଆରା ପ୍ରେମ କାହାଣୀ ! ଲିଙ୍ଗ ପରିବର୍ତ୍ତନ କରି ନେଲେ ବିବାହର ନିଷ୍ପତି

161

ପ୍ରେମ ଶାଶ୍ୱତ । ପ୍ରେମ ମାନେନା ବାଧା ବନ୍ଧନ । ପ୍ରେମରେ ସବୁ କିଛି ସମ୍ଭବ । କେବଳ ପ୍ରେମ ପାଇଁ ଲୋକେ ନିଜ ଜୀବନକୁ ବାଜି ଲଗାଇବାର ମଧ୍ୟ ନଜରି ରହିଛି । କେତେବେଳେ ପ୍ରେମ ପାଇଁ କିଏ ଘର ଛାଡ଼ିଲାଣି ତ କିଏ ଗାଁରୁ ବାସନ୍ଦ ମଧ୍ୟ ହେଲାଣି । ପ୍ରେମ ପାଇଁ ଏମତି ଅନେକ ଉଦାହରଣ ଦେଖିବା ପାଇଁ ମିଳେ । ତେବେ ଆଜି ଆମେ ଆପଣ ଏମିତି ଏକ ନିଆରା ତଥା ଭିନ୍ନ ପ୍ରେମ କାହାଣୀ ବିଷୟରେ ଜଣାଇବୁ । ଏହି ପ୍ରେମ କାହାଣୀ ଏମିତି ଏକ ଯୋଡ଼ିର କାହାଣୀ , ଯିିଏ ଲିଙ୍ଗ ପରିବର୍ତ୍ତନ କରି ବିବାହର ନିଷ୍ପତି ନେଇଛନ୍ତି ।

ପ୍ରକୃତକଥା ହେଲା ୩ ବର୍ଷ ପୂର୍ବରୁ ମୁମ୍ବାଇର ଏକ ମେଡ଼ିକାଲରେ ଆରବ ଓ ସୁକନ୍ୟାଙ୍କର ଭେଟ ହୁଏ । ଉଭୟେ ସେଠାକୁ ନିଜର ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଆସିଥାଆନ୍ତି । ପ୍ରଥମ ଦେଖାରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରନ୍ତି ।ଆଉ ସେହି ଠାରୁ ଆରମ୍ଭ ହୁଏ ଉଭୟଙ୍କ ପ୍ରେମ କାହାଣୀ । ଏବେ ଆସନ୍ତା ମାସରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଆରବ ଲିଙ୍ଗ ପରିବର୍ତ୍ତନ ପୂର୍ବରୁ ଥିଲେ ଜଣେ ମହିଳା । କିନ୍ତୁ ନିଜକୁ ସବୁବେଳେ ଜଣେ ପୁରୁଷ ଭାବୁଥିଲେ । ନିଜକୁ ନେଇ ସେ ଖୁସି ନଥିଲେ । ଏଥିପାଇଁ ସେ ଲିଙ୍ଗ ପରିବର୍ତ୍ତନର ନିଷ୍ପତି ନେଲେ । ସେହିପରି ସୁକନ୍ୟାଙ୍କୁ ଛୋଟରୁ ତାଙ୍କ ପରିବାର ଲୋକ ପୁଅ ପିଲାଙ୍କ ସହ ଖେଳିବା ପାଇଁ କହୁଥିଲେ । କିନ୍ତୁ ଧୀରେ ଧୀରେ ବଡ଼ ହେବା ସଙ୍ଗେ ସଙ୍ଗେ ପୁଅଙ୍କ ସହ ଖେଳିବା ପାଇଁ ଅସହଜ ମନେ କରୁଥିଲେ ସୁକନ୍ୟା ।

ଆରବ ଓ ସୁକନ୍ୟାଙ୍କ ଯୋଡ଼ିର କାହାଣୀ କିପରି ଆରମ୍ଭ ହେଲା ଜାଣନ୍ତୁ –

କେରଳର ବାସିନ୍ଦା ଆରବ ଅପ୍ପୁକୁଟକ(୪୬) ମୁମ୍ବାଇର ଏକ ମେଡ଼ିକାଲକୁ ନିଜର ଲିଙ୍ଗ ପରିବର୍ତ୍ତନ କରିଆସନ୍ତି । ତାଙ୍କର ସ୍ୱପ୍ନର ରାଜକୁମାରୀ ସୁକନ୍ୟା ମେନନ (୨୨) ମଧ୍ୟ ସେଠାକୁ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଆସିଥାଆନ୍ତି । ତେବେ ଅଳ୍ପ କିଛି କଥାବାର୍ତ୍ତାରେ ସେମାରେ ଜାଣିପାରନ୍ତି ଭୟୟେ କେରଳୀ । ତେଣୁ ବେଶ କିଛି ସମୟ ଧରି ସେମାନେ କଥାବାର୍ତ୍ତା କରନ୍ତି । ସେ ଅଳ୍ପ ସମୟରେ ଉୟୟେ ଉୟଙ୍କ ସାହଚର୍ଯ୍ୟକୁ ବେଶ ପସନ୍ଦ କରନ୍ତି । ସେହିଠାରୁ ସେମାନେ ନିଜର ଫୋନ ନମ୍ବର ଅଦଳ ବଦଳ କରନ୍ତି ଓ ସେବେଠାରୁ ଆରମ୍ଭ ହୁଏ ତାଙ୍କ ନିଆରା ପ୍ରେମ କାହାଣୀ । କିଛି ଦିନ ପରେ ଉଭୟ ପୁଣି ଥରେ ମୁମ୍ବାଇର ଉକ୍ତ ମେଡିକାଲରେ ସାକ୍ଷାତ କରିବା ପାଇଁ ନିଷ୍ପତ୍ତି ନିଅନ୍ତି । ସେମାନେ ଏବେ ପୁରା ରୀତି ନୀତିରେ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ଜଣାଇଛନ୍ତି । ଉଭୟଙ୍କ ପରିବାର ମଧ୍ୟ ଏଥିରେ ବହୁତ ଖୁସି ଅଛନ୍ତି । ଏକ ପିଲାକୁ ଆରବ ଓ ସୁକନ୍ୟା ପୋଷ୍ୟ ରୂପେ ମଧ୍ୟ ଗ୍ରହଣ କରିଛନ୍ତି ବୋଲି ସୂଚନା ମିଳିଛି ।