ଆଜିଠାରୁ ଲାଗୁ ହେବ ଟ୍ରାଇର ନୂଆ ନିୟମ ! ମନପସନ୍ଦର ଚ୍ୟାନେଲ ପାଇଁ ପଇସା ଦେବେ ଦର୍ଶକ

287

କନକ ବ୍ୟୁରୋ : ଆଜି ଠାରୁ ବଦଳିଲା ଟିଭି ଦେଖିବାର ତରିକା । ଏଣିକି ଦର୍ଶକ କେବଳ ନିଜ ପସନ୍ଦର ଚ୍ୟାନେଲ ପାଇଁ ପଇସା ଗଣିବେ । କାରଣ ଟ୍ରାଇ ଦ୍ୱାରା ଜାରି କରାଯାଇଥିବା ନୂଆ ଡିଟିଏଚ ନିୟମ ଆଜି ଠାରୁ ଲାଗୁ ହେଉଛି । ଯେଉଁ ଚ୍ୟାନେଲ ଦର୍ଶକ ଦେଖିବେ କେବଳ ସେହି ଚ୍ୟାନେଲ ଚୟନ କରି ଡିଟିଏଚ କଂପାନୀଙ୍କୁ ଟଙ୍କା ଦେବେ । ସେହିପରି ଡିଟିଏଚ କଂପାନୀ ମଧ୍ୟ ସେହି ଚ୍ୟାନେଲ ଗୁଡିକ ପାଇଁ ଟଙ୍କା ନେବେ ଯାହାକୁ ଦର୍ଶକ ଚୟନ କରିଥିବେ ।

ଟ୍ରାଇର ନୂଆ ନିୟମ ଅନୁସାରେ ଦେଶର ସମସ୍ତ ଡିଟିଏଚ ଅପରେଟର ଗ୍ରାହକଙ୍କୁ ଚ୍ୟାନେଲ ଚୟନ କରିବାକୁ ଘୋଷଣା କରିସାରିଛନ୍ତି । ଦର୍ଶକ ନିଜ ଡିଟିଏଚ କଂପାନୀର ୱେବପୋର୍ଟାଲରେ ଲଗଇନ କରି ଚ୍ୟାନେଲ ଚୟନ କରିପାରିବେ । ସାଇଟରେ ଲଗ ଇନ୍ କରିବା ପାଇଁ ଦର୍ଶକଙ୍କୁ ରେଜିଷ୍ଟର ମୋବାଇଲ ନଂବର କିମ୍ବା ସବସ୍କ୍ରାଇବ ଆଇଡି ଏଂଟର କରିବାକୁ ପଡିବ । ଟାଟା ସ୍କାଏ, ଏୟାରଟେଲ ଡିଜିଟାଲ ଟିଭି, ଭିଡିଓକୋନ ଡିଟିଏଚ, ଡିସ ଟିଭିର ସାଇଟରେ ଲଗଇନ୍ କରି ଦର୍ଶକ ମନ ପସନ୍ଦର ଚ୍ୟାନେଲ ବାଛି ପାରିବେ ।