ରେଳଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ! ଏଣିକି ଟ୍ରେନରେ ଉପଲବ୍ଧ ହେବ ‘ଟକ୍ ବ୍ୟାକ୍’ ବଟନ

706

ରେଳବାଇ ଲଗାତାର ନିଜ ଯାତ୍ରୀଙ୍କ ସୁବିଧାକୁ ନେଇ ପଦକ୍ଷେପ ନିଏ । ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ରେଳ ବଗି ଗୁଡିକରେ ‘ଟକ୍ ବ୍ୟାକ୍ ବଟନ୍’ (Talk Back Button)ର ସୁବିଧା ଉପଲବ୍ଧ କରାଇଛି ।

ସୂଚନାଯୋଗ୍ୟ, ଏବେ ରେଳବାଇ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ପରିଚାଳନା କରୁଛି । ଯଦି ଏହା ସଂପୂର୍ଣ୍ଣ ରୂପେ ସଫଳ ରହିବ ତେବେ ଅନ୍ୟ ଟ୍ରେନ୍ ଗୁଡିକରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ । ରେଳବାଇ ୨୦୧୬ରେ ପ୍ରଥମ ଥର ମହିଳା ବଗିରେ ଟକ୍ ବ୍ୟାକ୍ ବଟନର ସୁବିଧା ପାଇଲଟ୍ ପ୍ରୋଜେକ୍ଟ ଭାବେ ଉପଲବ୍ଧ କରାଇଥିଲା । ଏହାପରେ ସେପ୍ଟେମ୍ବର ୨୦୧୮ ପରେ ଅନେକ ଟ୍ରେନରେ ଏହି ସୁବିଧା ଉପଲବ୍ଧ କରାଯାଇଥିଲା ।

‘ଟକ୍ ବ୍ୟାକ୍ ବଟନ୍’ କ’ଣ ?

ପଶ୍ଚିମ ରେଳବାଇ ଲୋକାଲ ଟ୍ରେନର ମହିଳାଙ୍କ ବଗିରେ ଟକ୍ ବ୍ୟାକ୍ ବଟନର ସୁବିଧା ଦେଇଛି । ଏହା ଅଧିନରେ ମହିଳା ଯାତ୍ରୀ କୌଣସି ଅସୁବିଧା ସ୍ଥିତିରେ ଟ୍ରେନର ଗାର୍ଡ ଓ ମୋଟରମ୍ୟାନଙ୍କ ସହ ଟକ୍ ବ୍ୟାକ୍ ବଟନ୍ ଜରିଆରେ ତୁରନ୍ତ ସଂପର୍କ କରିପାରିବେ । ଏପର୍ଯ୍ୟନ୍ତ ପଶ୍ଚିମ ରେଳବାଇ ପକ୍ଷରୁ ୭୦% ମହିଳା ବଗିରେ ଏହି ସୁବିଧା ଦିଆଯାଇସାରିଛି । ଏଥିରେ ମହିଳା ଯାତ୍ରୀଙ୍କ ମୋଟରମ୍ୟାନ୍ କିମ୍ବା ଗାର୍ଡଙ୍କ ସହିତ ହେଉଥିବା କଥାବାର୍ତ୍ତା ରେକର୍ଡ କରାଯିବ । ସିସିଟିଭି କ୍ୟାମେରା ସହାୟତାରେ ଏହି ବଟନ୍ ଉପରେ ନଜର ରଖାଯିବ ।