ପ୍ରବଳ ବର୍ଷା ଯୋଗୁଁ ଅନେକ ଟ୍ରେନର ଗତିପଥ ବଦଳାଇଲା ପୂର୍ବତଟ ରେଳ ବିଭାଗ : ୧୩୮କୁ କଲ କଲେ ପାଇପାରିବେ ସମସ୍ତ ସୂଚନା

91

କନକ ବ୍ୟୁରୋ : ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅନେକ ଟ୍ରେନ ଅଧାବାଟରେ ଅଟକି ରହିଥିବା ସୂଚନା ମିଳିଛି । ଅଧାବାଟରେ ଟ୍ରେନ ଗୁଡିକ ଅଟକି ରହିଥିବାରୁ ଲୋକମାନେ ବା ଯାତ୍ରୀମାନେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳ ବିଭାଗ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି । ତେବେ ସୂଚନା ଅନୁସାରେ ଖୋର୍ଦ୍ଧା ଓ ଭୁବନେଶ୍ୱର ରେଳବାଇ ଷ୍ଟେସନ୍ ଏବଂ ପୁରୀ ୟାର୍ଡରେ ପାଣି ଜମି ରହିଥିବାରୁ ସେ ରାସ୍ତାରେ ଯାତାୟାତ କରୁଥିବା କେତେକ ରେଳଗାଡ଼ିର ସମୟ ପରିବର୍ତ୍ତନ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ଅଞ୍ଚଳ ସବୁରେ ଜଳସ୍ତର ହ୍ରାସ ପାଇବା ପରେ ଅଟକି ରହିଥିବା ଟ୍ରେନ୍ ଗୁଡିକ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ …

 

୦୮୦୯୧ ଭୁବନେଶ୍ୱର – ପୁରୀ ରଥଯାତ୍ରା ସ୍ପେସାଲ୍ ଟ୍ରେନ୍ ୦୬.୩୫ ଘଣ୍ଟା ପରିବର୍ତ୍ତେ ୦୮.୧୧ ଘଣ୍ଟାରେ ସାକ୍ଷୀଗୋପାଳ ଛାଡ଼ିଛି।
୫୮୪୦୩ ଖୋର୍ଦ୍ଧା – ପୁରୀ ପାସେଞ୍ଚର୍ ଟ୍ରେନ୍ ୦୬୩୫ ଘଣ୍ଟା, ୦୭୦୦ ଘଣ୍ଟା ପରିବର୍ତ୍ତେ ୦୮୨୦ରେ ଖୋର୍ଦ୍ଧା ରୋଡ୍ ଛାଡ଼ିଛି।
୧୮୪୬୩ ଭୁବନେଶ୍ୱର – ବାଙ୍ଗାଲୋର୍ ପ୍ରଶାନ୍ତି ଏକ୍ସପ୍ରେସ୍ ୦୫.୩୦ ଘଣ୍ଟା ପରିବର୍ତ୍ତେ ୦୬.୩୫ରେ ଭୁବନେଶ୍ୱର ଛାଡ଼ିଛି।
୧୨୮୩୭ ହାଓଡ଼ା – ପୁରୀ ଏକ୍ସପ୍ରେସ୍ ୦୫.୫୦ ପରିବର୍ତ୍ତେ ୦୬.୨୮ରେ ରେତଙ୍ଗ ଛାଡ଼ିଛି।
୨୨୮୧୯ ଭୁବନେଶ୍ୱର – ବିଶାଖାପଟନମ୍ ଏସ୍ଏଫ୍ ଏକ୍ସପ୍ରେସ୍ ୦୭.୩୫ ଘଣ୍ଟା ପରିବର୍ତ୍ତେ ୦୯.୨୦ ଘଣ୍ଟାରେ ଭୁବନେଶ୍ୱର ଛାଡ଼ିଛି।
୧୭୦୧୫ ଭୁବନେଶ୍ୱର – ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ ୦୮.୩୦ ଘଣ୍ଟା ପରିବର୍ତ୍ତେ ୦୯.୦୦ ଘଣ୍ଟାରେ ଭୁବନେଶ୍ୱର ଛାଡ଼ିଛି।
୨୨୬୪୪ ତିରୁବନନ୍ତପୁରମ୍ – ଶାଲିମାର୍ ଏକ୍ସପ୍ରେସ୍ ୦୭.୧୪ ଘଣ୍ଟା ପରିବର୍ତ୍ତେ ୦୯.୦୭ ଘଣ୍ଟାରେ ଭୁବନେଶ୍ୱର ଛାଡ଼ିଛି।
୧୨୮୩୯ ହାଓଡ଼ା- ଚେନ୍ନାଇ ସେଣ୍ଟ୍ରାଲ୍ ମେଲ୍ ୦୭.୦୨ ପରିବର୍ତ୍ତେ ୦୯.୧୦ ଘଣ୍ଟାରେ ଭୁବନେଶ୍ୱର ଛାଡ଼ିଛି।
୧୮୪୫୧ ହଟିଆ – ପୁରୀ ତପସ୍ୱିନୀ ଏକ୍ସପ୍ରେସ୍ ୦୬.୩୫ ଘଣ୍ଟା ପରିବର୍ତ୍ତେ ୦୯.୧୦ ଘଣ୍ଟାରେ ଭୁବନେଶ୍ୱର ଛାଡ଼ିଛି।
୧୫୬୪୪ ପୁରୀ – କାମାକ୍ଷା ଏକ୍ସପ୍ରେସ୍ ୦୭.୦୦ ଘଣ୍ଟା ପରିବର୍ତ୍ତେ ୦୯.୦୮ ଘଣ୍ଟାରେ ମଞ୍ଚେଶ୍ୱର ଷ୍ଟେସନ୍ ଛାଡ଼ିଛି।
୧୮୧୧୭ ରାଉରକେଲା – ଗୁଣୁପୁର ରଜ୍ୟରାଣୀ ଏକ୍ସପ୍ରେସ୍ ୦୮.୧୦ ଘଣ୍ଟା ପରିବର୍ତ୍ତେ ୦୯.୧୨ ଘଣ୍ଟାରେ ଭୁବନେଶ୍ୱର ଛାଡ଼ିଛି।

ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କରାଯାଇଥିବା ଭୁବନେଶ୍ୱର ରେଳ ଷ୍ଟେସନ ପକ୍ଷରୁ ସାମ୍ବାଦିକ ମାନଙ୍କୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉକି, ଆଜି ସକାଳେ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସେପ୍ରେସ ପୁଙ୍ଗିତରାଇ ଓ କୋରାପୁଟ- ବିଶାଖପାଟଣା ଡିଏମୟୁ ଲକ୍ଷ୍ମୀପୁର ଠାରେ ଅନେକ ସମ ୟ ଅଟକି ରହିଥିବା ସୂଚନା ମିଳିଛି ।