ରେଳ ବିଭାଗର ବଙ୍ଗାଳୀ ପ୍ରୀତି : ଓଡ଼ିଶା ଷ୍ଟେସନ୍ ପ୍ଲାଟଫର୍ମ ଟିକେଟରେ ନାହିଁ ଓଡ଼ିଆ ଲେଖା

88

କନକ ବ୍ୟୁରୋ : ରେଳ ବିଭାଗର ବଙ୍ଗାଳୀ ପ୍ରୀତି । ଓଡ଼ିଶା ଷ୍ଟେସନ ଫ୍ଲାଟଫର୍ମ ଟିକେଟରେ ନାହିଁ ଓଡ଼ିଆ ଲେଖା । ଯେଉଁଥିରେ ହିନ୍ଦୀ, ଇଂରାଜୀ ସହ ବଙ୍ଗଳା ଭାଷାରେ ଲେଖାଯାଇଛି । କିନ୍ତୁ ଓଡ଼ିଆ ଭାଷାରେ ଲେଖାଯାଇ ନାହିଁ । ଓଡ଼ିଆ ଭାଷା ପ୍ରତି ଏଭଳି ଚରମ ଅବହେଳା ଦେଖିବା ପରେ ଜଣେ ସଚେତନ ଯାତ୍ରୀ ଏହି ଟିକେଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟିକୁ ଆଣିଥିଲେ ।

ସିଏମଓକୁ ଟ୍ୱିଟ୍ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ଜବାବ ରଖିଛି । ଯାହା ଆହୁରି ସାଙ୍ଘାତିକ । ଟ୍ୱିଟ୍ କରି ଜଣାଇଥିବାରୁ ଧନ୍ୟବାଦ ଜଣାଇବା ସହ, ଘଟଣା ସଂପର୍କରେ କନ୍ଧମାଳ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଥିବା ସିଏମଓ ପକ୍ଷରୁ  ଟ୍ୱିଟ୍  କରାଯାଇଛି । ବାଲେଶ୍ୱର ଷ୍ଟେସନର ଏହି ଘଟଣା ସଂପର୍କରେ ଅନୁଧ୍ୟାନ କରିବେ କନ୍ଧମାଳ ଜିଲ୍ଲାପାଳ । ଗୋଟିଏ ପଟେ ବାଲେଶ୍ୱର ଷ୍ଟେସନରେ ମାତୃଭାଷା ପ୍ରତି ଚରମ ଅବହେଳା । ଅନ୍ୟପଟେ ସିଏମଓର ଦାୟିତ୍ୱହୀନ ଜବାବ । ଏହି ପୂରା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଦେଖନ୍ତୁ ଏହି ଭିଡ଼ିଓ –