ଏଣିକି ଟ୍ରେନର ଗତିରେ ହେବ ପରିବର୍ତ୍ତନ ! ଦ୍ରୁତ ଗତିରେ ଯିବ ଭାରତୀୟ ରେଳ, ବଞ୍ଚିବ ଆପଣଙ୍କ ସମୟ ।

32

ଭାରତୀୟ ରେଳବାଇ ଦୂର ସ୍ଥାନକୁ ଯାତ୍ରା କରୁଥିବା ଟ୍ରେନର ଗତିରେ ବୃଦ୍ଧି କରିବା ଉପରେ କାମ ଆରମ୍ଭ କରିଛି । ୨୦୨୨ ମସିହା ସୁଦ୍ଧା ଟ୍ରେନର ଗତିରେ ୨୫ କିଲୋମିଟର ପ୍ରତି ଘଣ୍ଟା ବୃଦ୍ଧି କରାଯିବ । ଏହା ଦ୍ୱାରା ଯାତ୍ରୀମାନଙ୍କର ସମୟ ବଞ୍ଚିବା ସହ ପୂର୍ବ ନିର୍ଦ୍ଧାରିତ ସମୟ ଅପେକ୍ଷା ଖୁବ ସମୟରେ ଯାତ୍ରା ଶେଷ ହେବ । ହାୱଡାରେ ସାନ୍ତରାଗାଛି-ଚେନ୍ନାଇ ସେଣ୍ଟ୍ରାଲ ସୁପର ଫାଷ୍ଟ ସାପ୍ତାହିକ ଅନ୍ୟୋଦୟ ଏକ୍ସପ୍ରେସର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ରେଳ ରାଜ୍ୟ ମନ୍ତ୍ରୀ ରାଜେନ ଗୋହେନ ଏହା କହିଛନ୍ତି । ସେ କହିଛନ୍ତି ଯେ, ଟ୍ରେନର ଗତି ବଢାଇବା ପାଇଁ ରେଳ ଲାଇନ ଗୁଡିକୁ ସୁଧାରିବା କାମ ଦ୍ରୁତ ଗତିରେ ଚାଲିଛି । ୨୦୨୨ ମଧ୍ୟରେ ଭାରତୀୟ ରେଳବାଇରେ ଅନମେଡ ଗେଟ ଗୁଡିକୁ ବନ୍ଦ କରିବାର ଲକ୍ଷ୍ୟ ରଖାଯାଇଛି ।

ସେ କହିଛନ୍ତି ଯେ, ନିକଟରେ ଦିଲ୍ଲୀରେ ଜୋନାଲ ରେଲୱେର ମହାପ୍ରବନ୍ଧକଙ୍କ ସହ ହୋଇଥିବା ବୈଠକରେ ଟ୍ରେନର ଗତି କିଭଳି ବଢାଯିବ ସେନେଇ ଆଲୋଚନା କରାଯାଇଥିଲା । ଆଲୋଚନାରେ କୁହାଯାଇଥିଲା ଯେ, ପ୍ରତିବର୍ଷ ଟ୍ରେନ ଗୁଡିକରେ ପ୍ରତିବର୍ଷ ୫ କିଲୋମିଟରର ବୃଦ୍ଧି କରାଯିବ । ଟ୍ରେନର ଗତି ବଢିବା ଦ୍ୱାରା ଯାତ୍ରୀମାନେ ଏକ ନିଶ୍ଚିତ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ରାଜେନ ଗୋହେନ କହିଛନ୍ତି ଯେ, ଗତ ୪ ବର୍ଷରେ ରେଲୱେରେ ବହୁତ ଉନ୍ନତ୍ତି ହୋଇଛି । କିନ୍ତୁ ଭାରତୀୟ ରେଳବାଇକୁ ଆହୁରି ଅଧିକ ବିକଶିତ ହେବାର ଆବଶ୍ୟକତା ରହିଛି । ଟ୍ରେନରେ ଲାଗିଥିବା କାଚ ଗୁଡିକୁ ଉନ୍ନତ୍ତିକରଣ କରାଯାଉଛି ।