ପୁଣି ଥରେ ଟ୍ରେନ ବଗି ଛାଡି ପଳାଇଲା ଇଂଜିନ : ଦେଢ ଶହ ମିଟର ଆଗକୁ ପଳାଇଥିଲା ମାଲବାହୀ ଟ୍ରେନ

49

କନକ ବ୍ୟୁରୋ : ପୁଣି ଥରେ ଟ୍ରେନ ବଗି ଛାଡି ପଳାଇଲା ଇଂଜିନ । ରାଉରକେଲା ଏସଟିଆଇ ଲେବଲ କ୍ରସିଂ ନିକଟରେ ବଡ ଧରଣର ବିପଦ ଟଳିଛି । ଅଧା ବାଟରେ ଟ୍ରେନ ବଗି ଛାଡି ଇଂଜିନ ପଳାଇଲା । କିଛି ବାଟ ଗଲା ପରେ ଡ୍ରାଇଭର ଏନେଇ ଜାଣିବାକୁ ପାଇଥିଲା । ଏହା ପରେ ବଗି ଯୋଡା ହୋଇଥିଲା । ପାଖାପାଖି ଦେଢ ଶହ ମିଟର ଆଗକୁ ମାଲବାହୀ ଟ୍ରେନ ପଳାଇଥିଲା । ପ୍ରତକ୍ଷ୍ୟଦର୍ଶିଙ୍କ କହିବା ଅନୁସାରେ ଟ୍ରେନରେ କାର୍ଯ୍ୟରତ ଚାଳକ ଓ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ପୂର୍ବରୁ ମଧ୍ୟ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଇଞ୍ଜିନ ବଦଳାଇବା ବେଳେ ଗତ ଏପ୍ରିଲ ୭ ରାତିରେ ପୁରୀ-ଅହମଦାବାଦ ଏକ୍ସପ୍ରେସ୍‌ର ଏକାଧିକ ଯାତ୍ରୀ ବଗିକୁ ଛାଡ଼ି ପଳାଇଥିଲା । ଫଳରେ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲା । ସେଦିନ ରାତିରେ ପୁରୀରୁ ଅହମଦାବାଦ ଯାଉଥିବା ଟ୍ରେନ୍‌ ଟିଟିଲାଗଡ଼ ଜଙ୍କସନ୍‌ରେ ଇଞ୍ଜିନ ବଦଳାଉ ଥିଲା । ଏହାରି ଭିତରେ ସିଗନାଲ ଜନିତ ସମସ୍ୟା ହେଉ ବା କର୍ମଚାରୀଙ୍କ ଅବହେଳା ହେଉ, କିଛି ଯାତ୍ରୀ ବଗିକୁ ଛାଡ଼ି ପଳାଇଥିଲା । ଟ୍ରେନ୍‌ ଯାଇ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଷ୍ଟେସନରେ ଅଟକି ଥିଲା । ସେତେବେଳକୁ ଯାତ୍ରୀମାନେ ଛାନିଆ ହୋଇ ଯାଇଥିଲେ । ତ୍ରୁଟିଯୁକ୍ତ ଚଳାଚଳ ପାଇଁ ପୁରୀ-ଅହମଦାବାଦ ଏକ୍ସପ୍ରେସ୍‌ କେସିଙ୍ଗାରେ ପହଞ୍ଚିବା ଘଟଣାରେ ପୂର୍ବତଟ ରେଳପଥ ପକ୍ଷରୁ ୭ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।