ବାଲେଶ୍ୱର ଷ୍ଟେସନରେ ପହଞ୍ଚିଲା ଗୁଜୁରାଟରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ଟ୍ରେନ : ଫେରିଲେ ବାଲେଶ୍ୱର ଓ ମୟୁରଭଞ୍ଜର ୭୧୬ ଶ୍ରମିକ

513

କନକ ବ୍ୟୁରୋ : ଆଜି ଟ୍ରେନ ଯୋଗେ କିଛି ପ୍ରବାସୀ ଓଡିଆ ଓଡିଶା ଫେରିଛନ୍ତି । ପ୍ରବାସୀ ଓଡିଆଙ୍କୁ ନେଇ ଗୁଜୁରାଟରୁ ଆସି ଟ୍ରେନ ବାଲେଶ୍ୱରରେ ପହଂଚିଛି । ଏଥିରେ ୭୧୬ ଜଣ ପ୍ରବାସୀ ଓଡିଆ ଅଛନ୍ତି । ସମସ୍ତଙ୍କ ଘର ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲାରେ । ଏମାନେ ଷ୍ଟେସନରେ ପହଚିଂବା ପରେ ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ୧୩ଟି ବସ ମାଧ୍ୟମରେ ନିଜ ନିଜ ଅଂଚଳକୁ ପଠାଯାଇଛି । ସେଠାରେ କ୍ୱାରେନଟିନ ସେଂଟରରେ ରହିବେ । ପ୍ରବାସୀ ଶ୍ରମିକ ମାନେ ପହଚିଂବା ପୂର୍ବରୁ ବାଲେଶ୍ୱର ରେଳଷ୍ଟେସନ ଠାରୁ ୫ଶହ ମିଟର ଅଂଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । । ଏହାପରେ ତାଙ୍କୁ କ୍ୱାରେନଟିନ ସେଂଟରକୁ ପଠାଯିବ ବୋଲି ସୂଚନା ମିଳିଛି ।

ସେପଟେ ପ୍ରବାସୀ ଓଡିଆଙ୍କ ଘର ବାହୁଡାର ଦୁଃଖଦ ଖବର ଗୋଟିଏ ପରେ ଗୋଟିଏ ଆସିବାରେ ଲାଗିଛି । ଆଜି ହାଇଦ୍ରାବାଦରୁ ବାହାରିଥିବା ପ୍ରବାସୀ ଓଡିଆ ଶହ ଶହ କିଲୋମିଟର ଚାଲି ଚାଲି ଭୁବନେଶ୍ୱର ପହଂଚିଛନ୍ତି । ହାଇଦ୍ରାବାଦରୁ ଭୁବନେଶ୍ୱର ଆସିବା ମଧ୍ୟରେ ସେମାନେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି । କେବଳ ହାଇଦ୍ରାବାଦ ନୁହେଁ, ବାଙ୍ଗାଲୋର ଓ ଅନ୍ୟ ସ୍ଥାନରୁ ବହୁ ପ୍ରବାସୀ ଓଡିଶା ଭୁବନେଶ୍ୱର ଆସିଛନ୍ତି । ବିଭିନ୍ନ ସ୍ଥାନରେ ପୋଲିସ ଅଟକାଇଛି.ବାଟରେ ଖାଇବାକୁ ପାଇ ନାହାନ୍ତି । ତଥାପି ଘରକୁ ଫେରିବାର ଝୁଙ୍କ ଆଗରେ ସେମାନେ ସବୁ କଷ୍ଟ ସହି ଭୁବନେଶ୍ୱର ପହଂଚିଛନ୍ତି ।