କାନପୁରରେ ସିଆଲଦା-ଅଜମେର୍ ଏକ୍ସପ୍ରେସ ଟ୍ରେନ ଲାଇନ୍ ଚ୍ୟୁତ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

43

କନକ ବ୍ୟୁରୋ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରେଳଧାରଣାରୁ ତଳକୁ ଖସିଲା ୧୫ଟି ବଗି । କାନପୁରରେ ଲାଇନ ଚ୍ୟୁତ ସିଆଲଦା-ଅଜମେର ଏକ୍ସପ୍ରେସ । କାନପୁରଠାରୁ ୫୦କିଲୋମିଟର ଦୂର ରୁରା ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି ।

ଆଜି ସକାଳ ପ୍ରାୟ ୫ଟା୨୦ରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ପାଖାପାଖି ୪୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟ୍ରେନ ଲାଇନ ଚ୍ୟୁତ ହେବା ପରେ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରିଛି ରେଳ ବିଭାଗ ।

ସେପଟେ, ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ । ଜରୁରୀକାଳିନ ସେବା ପାଇଁ ଡାକ୍ତରୀ ଟିମ୍ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚିଛନ୍ତି । ଦୁର୍ଘଟଣାର କାରଣ ଜଣାପଡି ନାହିଁ । ସିଆଲଦା-ଅଜମେର ଏକ୍ସପ୍ରେସର ୧୫ଟି ବଗି ଲାଇନ ଚ୍ୟୁତ ହେବା ଯୋଗୁଁ ଅନେକ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି ।