ଚୌଦ୍ୱାରରେ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନର ୧୬ଟି ବଗି ଲାଇନଚ୍ୟୁତ ! ୫ଟି ଟ୍ରେନ ବାତିଲ, ୨ଟିର ଗତିପଥ ବଦଳିଲା

34

କନକ ବ୍ୟୁରୋ : କନକ ବ୍ୟୁରୋ : ପୁଣି ଲାଇନଚ୍ୟୁତ ହେଲା ଟ୍ରେନ୍ । କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ମାଲବାହି ଟ୍ରେନ ଲାଇନଚ୍ୟୁତ୍ ହୋଇଛି । ରେଳଧାରଣାରୁ ଖସି ପଡିଛି ୧୬ଟି ବଗି । ଭୋର ୪ଟାବେଳେ ଟ୍ରେନଟି ଦୁର୍ଘଟଣା ଗସ୍ତ ହୋଇଛି । ପାରାଦୀପରୁ ବାଙ୍ଗାଲୋର ସାର ନେଇ ଯାଉଥିବାବେଳେ ଟ୍ରେନଟି ଦୁର୍ଘଟଣା ଗସ୍ତ ହୋଇଛି । ତେବେ ଦୁର୍ଘଟଣାର କାରଣ ଜଣାପଡିନାହିଁ ।

ଫଳରେ ଏହି ରୁଟର ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଦୁର୍ଘଟଣା ଗସ୍ତ ବଗି ଗୁଡିକୁ ଲାଇନରୁ ଶିଘ୍ର ହଟାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି ପିଆରଓ । କିଛି ଦିନ ହେଲାଣି ରେଳ ବିଭାଗକୁ ପିଛା ଛାଡୁନି ଦୁର୍ଘଟଣା । ସେ ଯାତ୍ରୀବାହି ହେଉ ବା ମାଲବାହି ଅନେକ ସମୟରେ ଦୁର୍ଘଟଣାର ଖବର ସାମନାକୁ ଆସୁଛି । ସେଥିପାଇଁ ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଏବଂ ନୂଆ ମନ୍ତ୍ରୀ ଭାବେ ପୀୟୁଶ ଗୋୟଲ ଦାୟିତ୍ୱ ନେଇଥିଲେ । ତେବେ ମନ୍ତ୍ରୀ ସିନା ବଦଳିଲେ କିନ୍ତୁ କମୁନି ଦୁର୍ଘଟଣା ସଂଖ୍ୟା ।

ନିର୍ଗୁଣ୍ଡି ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ୨ଟି ଟ୍ରେନର ଗତିପଥରେ ପରିବର୍ତନ କରାଯାଇଥିବାବେଳେ ୫ଟି ଟ୍ରେନକୁ ବାତିଲ କରାଯାଇଛି । ପରିବର୍ତନ କରାଯାଇଥିବା ଟ୍ରେନଗୁଡିକ ହେଲା ହଟିଆ-ପୁରୀ ତପସ୍ୱିନୀ ଓ ସିକନ୍ଦରାବାଦ-ହାୱାଡା ସ୍ପେଶିଆଲ । ଏହି ଟ୍ରେନଗୁଡିକ ନରାଜ ଦେଇ ଯିବ । ସେହିଭଳି ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର, ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର, ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର, କଟକ-ଭଦ୍ରକ, ଭଦ୍ରକ-କଟକ ପାସେଞ୍ଜରକୁ ଆଜି ପାଇଁ ବାତିଲ କରାଯାଇଛି ।