ଉତ୍ତର ଭାରତରେ ପ୍ରବଳ କୁହୁଡି : ରାଜଧାନୀ ଏକ୍ସପ୍ରେସ ବାତିଲ, ଆଜି ଭୁବନେଶ୍ୱରରୁ ଛାଡିବନି

24

କନକ ବ୍ୟୁରୋ : ଘନ କୁହୁଡି ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ରାଜଧାନୀ ଏକ୍ସପ୍ରେସକୁ ବାତିଲ କରିଦିଆଯାଇଛି । ଆଜି ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ଥିବା ରାଜଧାନୀ ଏକ୍ସପ୍ରେସ ଏବଂ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସିବାକୁ ଥିବା ରାଜଧାନୀ ଏକ୍ସପ୍ରେସ ବାତିଲ ହୋଇଛି ।

କୁହୁଡି ଯୋଗୁଁ ଲିଙ୍କ ଟ୍ରେନ ବିଳମ୍ବ ହେବାରୁ ଏହି ଗୁଡିକୁ ବାତିଲ କରାଯାଇଛି  । ସେହିପରି ଦିନ ୧୦ଟା ୫୫ରେ ଯିବାକୁ ଥିବା ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ ଅପରାହ୍ନ ୩ଟା ପୁରୀରୁ ବାହାରିବ । ସେହିପରି ସମଗ୍ର ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ ରେଳ ଷ୍ଟେସନ ଗୁଡିକରେ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି  ।