ମାତ୍ର ଗୋଟିଏ କ୍ଲିକରେ ଅଟକିଯିବ ଟ୍ରେନ୍ : ରେଳବାଇ ନିର୍ମାଣ କରୁଛି ନୂଆ ବ୍ୟବସ୍ଥା

183

ରେଳଟେଲ୍ ଏଣ୍ଟରପ୍ରାଇଜେସ୍ ଲିମିଟେଡକୁ ଉତ୍ତର ରେଳବାଇର ୧୩ଟି ରେଲୱେ ଷ୍ଟେସନରେ ପୁରୁଣା ମେକାନିକାଲ ସିଗନଲିଙ୍ଗ ଉପକରଣକୁ ବଦଳାଇ ତା’ ସ୍ଥାନରେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଇଣ୍ଟରଲିଙ୍କିଙ୍ଗ ପ୍ରଣାଳୀ ଲଗାଇବା କାର୍ଯ୍ୟ ଦିଆଯାଇଛି । ମେକାନିକାଲ ସିଗନଲିଙ୍ଗ ପ୍ରଣାଳୀରେ ସିଗନାଲ ଡାଉନ୍ କରିବା ଓ ରେଳ ଟ୍ରାକକୁ ବଦଳାଇବା ପାଇଁ ଲିଭର ଫ୍ରେମିଙ୍ଗର ବ୍ୟବହାର ହୋଇଥାଏ । ନୂଆ ଇଲେକ୍ଟ୍ରୋନିକ୍ ଇଣ୍ଟରଲିଙ୍କିଙ୍ଗ ସିଗନଲିଙ୍ଗ ପ୍ରଣାଳୀ ଗୋଟିଏ କ୍ଲିକରେ ହିଁ ସିଗନାଲ ଡାଉନ୍ ଓ ରେଳ ଟ୍ରାକ୍ ବଦଳାଇବାରେ ସକ୍ଷମ ହେବ ।

ରେଳଟେଲ୍ ଏଣ୍ଟରପ୍ରାଇଜେସ୍ ଲିମିଟେଡକୁ ଯେଉଁ ୧୩ ରେଳ ଷ୍ଟେସନର କାମ ପାଇଁ ଦାୟିତ୍ୱ ଦିଆଯାଇଛି, ସେମଧ୍ୟରୁ ୩ ଦିଲ୍ଲୀ ମଣ୍ଡଳ ଏବଂ ୧୦ ଅମ୍ବାଲା ମଣ୍ଡଳ ସାମିଲ ଅଛି। ଦିଲ୍ଲୀ ମଣ୍ଡଳର ୩ଟି ଷ୍ଟେସନରୁ କଳାୟତ, କେ÷ଥଲ ଏବଂ ପେହୋବା ରୋଡ ଏବଂ ଅମ୍ବାଳା ମଣ୍ଡଳର ୧୦ ରେଲୱେ ଷ୍ଟେସନର ଆନନ୍ଦପୁର ସାହିବ, ନଙ୍ଗଲଡ୍ୟାମ, ରୋପଡ ଥର୍ମାଲ ପ୍ଲାଣ୍ଟ, ବଲୁଆନା, ଗିଦ୍ଦଡବାହା, ମଲୌଟ, ପଂଜକୋସୀ, ହିନ୍ଦୁମଲକୋଟ ଏବଂ ଫତୁହି ସାମିଲ ଅଛି। ଏହି ପ୍ରକଳ୍ପରେ ଆନୁମାନିକ ଖର୍ଚ୍ଚ ପାଖାପାଖି ୮୭ କୋଟି ଟଙ୍କା ।