କାଠଯୋଡି ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣା ଘଟଣା : ଏସସିବିରେ ଚିକିତ୍ସାଧିନ ୧୭ ଗୁରୁତରଙ୍କ ଅବସ୍ଥା ସ୍ଥିର

32

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ କଟକ ଏସସିବି ମେଡିକାଲର କାଜୁଆଲଟିରେ ଭର୍ତି କରାଯାଇଛି । ତେବେ ମେଡିକାଲରେ ୩୫ ଜଣଙ୍କୁ ଭର୍ତି କରାଯାଇଥିବା ବେଳେ ଏବେ ମେଡିକାଲରେ ୧୭ ଜଣଙ୍କର ଚିକିତ୍ସା ଚାଲିଛି । ୧୫ ପୁରୁଷ ଓ ୨ ମହିଳାଙ୍କର ଚିକିତ୍ସା ଚାଲିଥିବା କହିଛନ୍ତି କଟକ ବଡ ମେଡିକାଲର ଜରୁରୀ କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ଏମାନଙ୍କ ମଧ୍ୟରେ ୭ ଜଣଙ୍କ ଗୁରୁତରଙ୍କ ଅବସ୍ଥା ସ୍ଥିର ରହିଛି । ଗୁରୁତରଙ୍କ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଡାକ୍ତର । ବିଭିନ୍ନ ବିଭାଗର ଡାକ୍ତର ଓ ବିଶେଷଜ୍ଞ ଗୁରୁତରଙ୍କୁ ଚିକିତ୍ସା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଆହତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇଦିଆଯାଉଛି ।