ଲାଇଫ ଲାଇନ୍ କୁହାଯାଉଥିବା ରେଲୱେ ପାଲଟିଛି ଏବେ ଡେଥ୍ ଜୋନ୍

1

ରେଳରେ ଯାତ୍ରା କରିବାକୁ ସୁରକ୍ଷିତ ଭାବୁଥିବା ସାଧାରଣ ଲୋକମାନଙ୍କ ମଧ୍ୟରେ ଏବେ ଦେଖାଦେଇଛି ଆତଙ୍କ । ଏଥିସହ ସେମାନଙ୍କର ଦୃଷ୍ଟି ଭଙ୍ଗିରେ ଦେଖା ଦେଇଛି ପରିବର୍ତ୍ତନ । କାରଣ ନା, ରେଳରେ ଯାତ୍ରା କରିବାକୁ ଏବେ ସେମାନେ ଅସୁରକ୍ଷିତ ମଣୁଛନ୍ତି । ସବୁଠାରୁ ବଡ କଥା ହେଲା ,ରେଳରେ ଯାତ୍ରା କରିବା ଦ୍ୱାରା ଯାତ୍ରୀମାନେ ନିଜର ଗନ୍ତବ୍ୟସ୍ଥଳରେ ସୁରକ୍ଷିତ ଭାବରେ ପହଂଚିବାକୁ ନେଇ ସୃଷ୍ଟି ହେଇଛି ଏକ ବିରାଟ ପ୍ରଶ୍ନ ?

ରେଲୱେର ୧୬ ଡିଭିଜନ ମଧ୍ୟରେ ଏପରି କୌଣସି ବି ଡିଭିଜନ ନାହିଁ ଯେଉଁଠି ଯାତ୍ରା କିରିବା ସୁରକ୍ଷିତ ମନେ କରାଯିବ । ଗୋଟିଏ ପଟରେ ଦୁର୍ଘଟଣା ପରେ ଦୁର୍ଘଟଣା ବଢିିବାରେ ଲାଗିଛି ଆଉ ଅନ୍ୟପଟେ ସରକାରଙ୍କ ପ୍ରତିଶ୍ରୁତି ଓ ଦାବୀ ରହିଯାଇଛି କାଗଜ କଲମରେ । ଯାହାର ଫଳସ୍ୱରୂପ ରେଳ ଧାରଣାରୁ ଟ୍ରେନ ଲାଇନ୍ ଚ୍ୟୁତ ହେବାରେ ଲାଗିଛି ।

ପୋଖରାୟନ ପରେ ଏବେ ରୁରାଠାରେ ଦୁର୍ଘଟଣା

କିଛିଦିନ ପୂର୍ବରୁ କାନପୁର ନିକଟସ୍ଥ ପୋଖରାୟନଠାରେ ହୋଇଥିବା ଭୟାବହ ରେଳ ଦୁର୍ଘଟଣା ପରେ ସରକାର ମୁକ୍ତକଣ୍ଠରେ ଘୋଷଣା କଲେ ଯେ , ‘ରେଳାଯାତ୍ରୀଙ୍କ ସୁରକ୍ଷା ହେଲା ପ୍ରାଥମିକତା । ଯାତ୍ରୀଙ୍କ ସୁରକ୍ଷା ଉପରେ କୌଣସି ପ୍ରକାରର ବୁଝାମଣା କରାଯାଇ ପାରିବ ନାହିଁ । ’ କିନ୍ତୁ ବିତି ଯାଇଥିବା ଦିନ ମଧ୍ୟରେ ଏବେ ଦୁଇ ଦୁଇଟି ବଡ ଦୁର୍ଘଟଣା ନଜରକୁ ଆସିଛି । ଇଟାବା ଓ କାନପୁର ମଧ୍ୟରେ ଥିବା ରୁରା ନିକଟରେ ସିଆଲଦହ-ଅଜମେର ଏକ୍ସପ୍ରେସର ପାଖାପାଖା ୧୫ଟି ବଗି ରେଳ ଧାରଣାରୁ ତଳକୁ ଖସି ଯାଇଥିଲା ଏବଂ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଲା, ରେଳ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା କାରଣକୁ ଏହି ଦୁର୍ଘଟଣା ଘଟିଛି ।

ଯାନ୍ତ୍ରୀକ ତ୍ରୁଟି ନା ମାନବଜନୀତ ଭୂଲ୍

ପ୍ରତିବର୍ଷ ଆମ ଦେଶରେ କେଉଁଠି ନା କେଉଁଠି ଛୋଟବଡ ରେଳ ଦୁର୍ଘଟଣା ଘଟି ଚାଲିଛି ଆଉ ଯେଉଁଥିରେ ପାଖାପାଖି ୮୬ ପ୍ରତିଶତ ଦୁର୍ଘଟଣାରେ ମାନବଜନିତ ଭୂଲ ରହିଛି । କିନ୍ତୁ ଏହି ତଥ୍ୟରୁ ମନାକରାଯାଇପାରିବ ନାହିଁ କି ଆମେରିକା ଓ ଚୀନ ପରେ ଦୁନିଆର ତୃତୀୟ ରେଳ ସିଷ୍ଟମ ହେବାପରେ ମଧ୍ୟ ଭାରତୀୟ ରେଳ ଏବେ ବ୍ରିଟିସ୍ କାଳର ଇମ୍ଫାଷ୍ଟ୍ରଚର ଉପରେ ଚାଲିଛି । ଯେଉଁ ହିସାବରେ ରେଳ ଟ୍ରାଫିକର ପ୍ରଚଳନ ବଢିବାରେ ଲାଗିଛି ସେ ହିସାବରେ ଇମ୍ଫାଷ୍ଟ୍ରଚର ଅପଗ୍ରେଡ୍ କରାଯାଇ ନାହିଁ ।

ଗୋଟିଏ ପଟରେ ସରକାର ରାଜ୍ୟରେ ବୁଲେଟ୍ ଟ୍ରେନର ପ୍ରଚଳନ କରିବା ପାଇଁ ଯୋଜନା କରୁଥିବା ବେଳେ,ଅନ୍ୟପଟେ ପୁରୁଣା ପଦ୍ଧତିକୁ ବଦଳା ନଯିବା କାରଣରୁ ଦେଶରେ ଘଟୁଥିବା ଅତି ଛୋଟରୁ ଛୋଟ ରେଳ ଦୁର୍ଘଟଣାକୁ ରୋକିବାରେ ଅସମର୍ଥ ହୋଇଛନ୍ତି ସରକାର ।

କାଗଜ କଲମରେ ସିମିତ ସରକାରଙ୍କ ତଦନ୍ତ

• ବର୍ଷ ୧୯୯୮ରେ ଗଠନ କରାଯାଇଥିବା ଜଷ୍ଟିସ ଏଚ.ଆର ଖନ୍ନା କମିଟି ପକ୍ଷରୁ ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ସୁପାରିସ କରାଯାଇଥିଲା । ତେବେ ଏହି ସୁପାରିସକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଗ୍ରହଣ କରାଯାଇଥିଲା ସତ୍ୟ କିନ୍ତୁ ଏପର୍ଯ୍ୟନ୍ତ ଏହା କାଗଜ କଲମରେ ସିମିତ ରହି ଯାଇଛି ।
• କମିଟିରେ ରେଳର ବଗି ସଂପର୍କିତ କିଛି ସମସ୍ୟାର ସମାଧାନ ପାଇଁ ଆମେରିକା ଏବଂ ୟୁରୋପର ଏଜେନ୍ସିଙ୍କ ମଧ୍ୟରେ ଆଲୋଚନା କରି ଉପାୟ ବାହାର କରିବାକୁ ଉଲ୍ଲେଖ କରାଯାଇଥିଲା ।
• ମୋବାଇଲ ଟ୍ରେନ୍ ଅପେକ୍ଷା ରେଡିଓ କମ୍ୟୁନିକେସନକୁ ପ୍ରାୟରିଟ୍ ଉପରେ ରଖିବାକୁ ସୁପାରିସ କରିଥିଲା ମାତ୍ର ଏହା ବର୍ତ୍ତମାନ ମଧ୍ୟ ‘ଲୋ ପ୍ରାୟରିଟ୍ ‘ରେ ରହିଛି ।
• ଜଷ୍ଟିସ ଏଚ.ଆର ଖନ୍ନା କମିଟିର ସବୁଠାରୁ ବଡ ସୁପାରିସ ଥିଲା ଯେ, ଦୁର୍ଘଟଣା ପରେ କରାଯାଉଥିବା ତଦନ୍ତର ରିପୋର୍ଟ ସାର୍ବଜନୀନ କରାଯାଉ ଯେଉଁଥି ପାଇଁ ରେଳରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀମାନଙ୍କର ହୃଦୟରେ ବିଶ୍ୱାସ ସୃଷ୍ଟି କରାଯାଇପାରିବ , ମାତ୍ର ବଡ ଦୁଃଖର ବିଷୟ ଏଯାବତ୍ ଏହା ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରି ନାହିଁ ।

Comments are closed.