ମାନବିକତାର ମୃତ୍ୟୁ ! ଦୁଇ ଗୋଡ ହରାଇଥିବା ବୃଦ୍ଧାଙ୍କୁ ମେଡିକାଲ ବଦଳରେ ନାଳ ପାଖରେ ପକାଇ ଚାଲିଗଲେ ଆରପିଏଫ

33

କନକ ବ୍ୟୁରୋ : ମାନବିକତାର ମୃତ୍ୟୁ । କୋରାପୁଟ କାକିରିଗୁମ୍ମା ଷ୍ଟେସନରେ ହୀରାଖଣ୍ଡ ଏକ୍ସପ୍ରେସରୁ ଖସିପଡି ଦୁଇ ଗୋଡ ହରାଇଛନ୍ତି ୬୫ ବର୍ଷିୟ ବୃଦ୍ଧା । ଭୁବନେଶ୍ୱରରୁ ଜଗଦଲପୁର ଯାଉଥିବା ଟ୍ରେନରୁ ଖସି ପଡି ବୃଦ୍ଧା ଜଣଙ୍କ ଗୋଡ କଟି ଯାଇଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ ଆରପିଏଫ ଷ୍ଟାଫ୍ ।

ହେଲେ ବିଡମ୍ବନାର ବିଷୟ ଆରପିଏପ ଷ୍ଟାଫ ତାଙ୍କୁ ମେଡିକାଲ ବଦଳରେ ଷ୍ଟେସନ ପାଖ ନାଳ ପାଖରେ ପକାଇ ଚାଲି ଯାଇଥିବା ଅଭିଯୋଗ ହୋଇଛି । ତେବେ ବୃଦ୍ଧାଙ୍କ ପରିଚୟ ମିଳିପାରିନଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କାକିରିଗୁମ୍ମା ଡାକ୍ତରଖାନାରେ ଭର୍ତି କରିଛନ୍ତି । ଏନେଇ ଆରପିଏଫ ସହ ଯୋଗାଯୋଗ ହୋଇ ପାରିନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-