ଟ୍ରାକରେ ଗଡିବାକୁ ପ୍ରସ୍ତୁତ ଦେଶର ଦ୍ରୁତତମ ଟ୍ରେନ : ୨୯ ତାରିଖରେ ବାରଣାସୀରେ ମୋଦି କରିବେ ଶୁଭାରମ୍ଭ

ପ୍ରତି ଘଂଟାରେ ଟ୍ରେନର ଗତି ୧୮୦ କିଲୋମିଟର

217

କନକ ବ୍ୟୁରୋ : ଖୁବ ଶୀଘ୍ର ଟ୍ରାକରେ ଦୌଡ଼ିବ ପ୍ରସ୍ତୁତ ଦେଶର ଦ୍ରୁତତମ ଟ୍ରେନ୍  । ଖୁବ୍ ଶୀଘ୍ର ଏହା ବିଧିବଦ୍ଧ ଭାବେ ଚଳାଚଳ ଆରମ୍ଭ କରିବ  । ଡିସେମ୍ବର ୨୯ରେ ଟ୍ରେନ୍ ଏଇଟିନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି  ।  ଦେଶର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ୍ ଶତାବ୍ଦୀ ଟ୍ରେନ୍ ବଦଳରେ ଚାଲିବ  । ଦିଲ୍ଲୀ ଓ ବାରଣାସୀ ମଧ୍ୟରେ ଚାଲିବ ଏହି ଟ୍ରେନ୍ ୧୮  । ଶହେ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟ୍ରେନକୁ ଏବେ ଦେଶର ସବୁଠୁ ଅଧିକ ବେଗରେ ଯାଉଥିବା ରେଳଗାଡ଼ି କୁହାଯାଉଛି  । ପରୀକ୍ଷଣ ସମୟରେ ଟ୍ରେନ୍ ଏଇଟିନ୍ ଘଂଟାକୁ ୧୮୦ କିଲୋମିଟର ବେଗରେ ଗତି କରି ରେକର୍ଡ କରିଥିଲା  ।

ଏହି ଟ୍ରେନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି  । ୱାଇଫାଇ, ଜିପିଏସ୍ କଂଟ୍ରୋଲ, କ୍ଲାଇମେଟ୍ କଂଟ୍ରୋଲ ପରି ସିଷ୍ଟମ ଏଥିରେ ଖଂଜାଯାଇଛି  ।   ସୂଚନା ଅନୁସାରେ ଟ୍ରେନ୍ ୧୮ ଦିଲ୍ଲଈରୁ ସକାଳେ ୬ ଟାରେ ବହାରି ବାରାଣାଶୀରେ ୨ଟାରେ ପହଞ୍ଚିବ । ପ୍ରାୟ ୮୦୦ କିମିର ଦୂରତାକୁ ୮ ଘଂଟାରେ ଶେଷ କରିବ ଦେଶର ଦୃତତମ ଟ୍ରେନ୍ । ୧୦୦ କୋଟି ଖଚର୍ଚ୍ଚରେ ଚେନ୍ନାଇର କୋଚ୍ ଫାକ୍ଟ୍ରିରେ ତିଆରି ହୋଇଛି ଏହି ଟ୍ରେନ୍ ।