ଫ୍ଲୋରକୁ ଆସିଲା ବହୁ ପ୍ରତୀକ୍ଷିତ ସିନେମା ‘ବାହୁବଲୀ-ଟୁ’ର ଟ୍ରେଲର !

90

ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ସିନେମା ‘ବାହୁବଲୀ-ଟୁ’ର ଟ୍ରେଲର । ସିନେମାର ପ୍ରଥମ ଭାଗ ରିଲିଜ୍ ହୋଇ ସୁପରହିଟ୍ ହୋଇ ସାରିଛି । ଏହାପରେ ଦର୍ଶକଙ୍କ ଅପେକ୍ଷା ଥିଲା ଏହାର ଦ୍ୱିତୀୟ ଭାଗକୁ । ତେବେ ଦିନକ ତଳେ ସିନେମାର ଟିଜର ରିଲିଜ୍ ହୋଇଥିଲା ।

ଆଉ ଆଜି ଏହାର ଟ୍ରେଲର ରିଲିଜ୍ ହୋଇଛି । ତାଜା ସୂଚନା ଅନୁସାରେ, ସିନେମାଟିର ଟ୍ରେଲର ମୁଖ୍ୟତଃ ୪ଟି ଭାଷାରେ ତଥା ତେଲୁଗୁ, ହିନ୍ଦୀ,ତାମିଲ ଏବଂ ମଲୟାଲମ ଭାଷାରେ ରିଲିଜ କରାଯାଇଛି । ସିନେମାର ନିର୍ମାତା ଟ୍ରେଲର ରିଲିଜ ହେବା ପୂର୍ବରୁ ହିଁ ପ୍ରଶଂସକଙ୍କୁ ଏହାର ମୋସନ ପୋଷ୍ଟର ଏବଂ ଟିଜର ଦେଖାଇସାରିଛନ୍ତି ।

ତେବେ ମାତ୍ର ୨ମିନିଟ୍ ୨୪ ସେକେଣ୍ଡର ଥିବା ଏହି ଟ୍ରେଲରଟିରେ ଭରି ରହିଛି ରୋମାଂଚକ । ଏଥିସହ ସୁନ୍ଦର ସୁନ୍ଦର ଲୋକେସନ ଏବଂ ଭିଜୁଆଲ୍ସ ଇଫେକ୍ଟସ୍ ମଧ୍ୟ ଦେଖିବାକୁ ମିଳିଛି । ମାତ୍ର ଦର୍ଶକ ଏବେ ମଧ୍ୟ ଦ୍ୱନ୍ଦରେ ଅଛନ୍ତି କି ବାହୁବଳୀକୁ କଟପ୍ପା କାହିଁକି ମାରିଲା ?

ଏହା ସହ ଦେଖନ୍ତୁ ଏହି ଭିଡିଓ –