ଟ୍ରାଇ ଦେଲା ନିର୍ଦ୍ଦେଶ: ବ୍ୟାଙ୍କ ଖାତା ଭଳି ଏଣିକି ଡିଟିଏଚର ସେଟ୍ ଅପ ବକ୍ସର ବି କରିବାକୁ ହେବ କେୱାଇସି

290

ବ୍ୟାଙ୍କ ଖାତା ଭଳି ଏଣିକି ଡିଟିଏଚର ସେଟ୍ ଅପ ବକ୍ସର ବି କରାଇବାକୁ ହେବ କେୱାଇସି । ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ତଥା ଟ୍ରାଇ ଡିଟିଏଚର ସେଟ ଅପ ବକ୍ସର ନୋ ୟୁରୋ କଷ୍ଟମର ତଥା କେୱାଇସି କରାଇବା ସମ୍ବଧିତ ପକ୍ଷର ମତାମତ ଜାଣିବା ପାଇଁ ପଠାଯାଇଛି ।

୨୦୦୧ରେ ଆରମ୍ଭ ହୋଇଥିଲା ଡିଟିଏଚ ସେବା

୨୦୦୧ରୁ ଭାରତରେ ଡିଚିଏଚ ବ୍ରୋଡକାଷ୍ଟିଂ ସେବାର ଆରମ୍ଭ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ସରକାରଙ୍କ ପକ୍ଷରୁ ଡାଇରେକ୍ଟ ଟୁ ହୋମ ତଥା ଡିଟିଏଚ ବ୍ରୋଡକାଷ୍ଟିଂ ସେବାଗୁଡିକ ଆରମ୍ଭ କରିବା ପାଇଁ ଲାଇସେନ୍ସ ସଂବଧୀୟ ଗାଇଡଲାଇନ ଜାରି କରାଯାଇଛି । ଯେଉଁ ଗାଇଡ ଲାଇନ୍ସରେ ଦେଶରେ ଡିଟିଏଚ ସେବାଗୁଡିକୁ ସ୍ଥାପିତ କରିବା ଏବଂ ସଂଚାଳିତ କରିବା ପାଇଁ ଲାଇସେନ୍ସ ପ୍ରାପ୍ତ କରିବାର ପ୍ରକ୍ରିୟା, ମୂଳ ନିୟମ ଏବଂ ସର୍ତ୍ତ ସାମିଲ ରହିଥିଲା ।

୧୯ ଅଗଷ୍ଟ ସୁଦ୍ଧା ଦେଇପାରିବେ ନିଜର ମତାମତ

ଡିସେମ୍ବର ୨୭, ୨୦୧୮ରେ ସୂଚନା ଏବଂ ପ୍ରାସରଣ ମନ୍ତ୍ରାଳୟ ତରଫରୁ ଟ୍ରାଇକୁ ଏକ ନିର୍ଦ୍ଦେଶ ପଠା ଯାଇଥିଲା । ଯେଉଁଥିରେ ଡିଟିଏଚ ସେବାଗୁଡିକ ପାଇଁ ସେଟ୍ ଅପ ବକ୍ସର କେୱାଇସି କରିବାକୁ ନେଇ ସୁପାରିସ୍ ମଗାଯାଇଥିଲା । ଏଥି ସହିତ ହିଁ କେୱାଇସି କରିବାର ପୂରା ପ୍ରକ୍ରିୟା ମଧ୍ୟ ଜଣାଇବାକୁ ହେବ । ଟ୍ରାଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏହି କନସଲ୍ଟେସନ ପେପରରେ ସମ୍ବଧିତ ପକ୍ଷ ୧୯ ଅଗଷ୍ଟ ସୁଦ୍ଧା ନିଜର ମତାମତ ଦେଇପାରିବେ । ଯଦି କେହି କାଉଂଟର କମେଂଟ ଦେବାକୁ ଚାହିଁବେ ତେବେ ସେ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ନିଜର କମେଂଟ ପଠାଇପାରିବେ ।