୧ ଫେବୃୟାରୀରୁ ବଦଳିଯିବ ଡିଟିଏଚ୍ ପ୍ଲାନ୍ ! ଜାଣନ୍ତୁ, କିପରି ପ୍ରଭାବିତ ହେବେ ଆପଣ ?

328

ଡିଟିଏଚ ବ୍ୟବହାରକାରୀଙ୍କ ସେବାର ଖୁବ ଶୀଘ୍ର ପରିବର୍ତ୍ତନ ଆସିବ । ଟ୍ରାଇର ନୂଆ ନିୟମ ଫେବୃୟାରୀ ଠାରୁ ଲାଗୁ ହୋଇଯିବ । ନୂଆ ନିୟମ ୨୯ ଡିସେମ୍ବର ଠାରୁ ଲାଗୁ ହେବାର ଥିଲା,ଯାହାକୁ କୌଣସି କାରଣବଶତଃ ସ୍ଥଗିତ କରିଦିଆଯାଇଥିଲା । ନୂଆ ନିୟମ ମାନିବା ପାଇଁ ଟ୍ରାଇ ଭାରତର ସମସ୍ତ ଡିଟିଏଚ୍ ଓ କେବୁଲ ଅପରେଟରଙ୍କୁ ଦିର୍ଦ୍ଦେଶ ଦେଇଛି । ନୂଆ ନିୟମ ଅନୁସାରେ ଗ୍ରାହକ କେବଳ ସେହି ଚ୍ୟାନଲେ ପାଇଁ ଟଙ୍କା ପଇଠ କରିବେ, ଯେଉଁ ଚ୍ୟାନେଲ ସେମାନେ ଦେଖିବା ପାଇଁ ପସନ୍ଦ କରନ୍ତି । ନୂଆ ନିମୟ ଲାଗୁ ହେବା ପରେ ଟିଭି ସବସ୍କ୍ରିପସନର ନିମୟରେ ମଧ୍ୟ ପରିବର୍ତ୍ତନ ହେବ ।

ଏବେ ଆପଣଙ୍କୁ ଫ୍ରି ଟୁ ଏୟାର ଚ୍ୟାନେଲ ଗୁଡ଼ିକ ପାଇଁ ଟଙ୍କା ଦେବା ପଡ଼ିବ । ଏହା ବ୍ୟତୀତ ଆପଣଙ୍କୁ ଅନ୍ୟ ଚ୍ୟାନେଲ ଗୁଡ଼ିକ ପାଇଁ ଟଙ୍କା ଦେବାକୁ ପଡ଼ି ନାହିଁ । ଏହା ପୂର୍ବରୁ ଅପରେଟସ ଏପରି ପ୍ୟାକେଜ ପ୍ରଦାନ କରୁଥିଲେ, ଯେଉଁଥିଲେ ଅନେକ ଚ୍ୟାନଲେ ସାମିଲ ଥିଲା । ଆଉ ସବୁ ଚ୍ୟାନେଲ୍ ଗୁଡ଼ିକ ପାଇଁ ଟଙ୍କା ଦେବାକୁ ପଡ଼ୁଥିଲା । କିନ୍ତୁ ଫେବୃୟାରୀରୁ ଆପଣ ଯେଉଁ ଚ୍ୟାନେଲକୁ ଦେଖିବା ପାଇଁ ଚାହିଁବ ସେଥିପାଇଁ ହିଁ ଟଙ୍କା ପଇଠ କରିବେ । ସୂଚନା ଅନୁସାରେ ଏବେ ବି ଅପରେଟର୍ସ ଚ୍ୟାନେଲ ପାଇଁ ପ୍ୟାକେଜ ବିକ୍ରି କରିବେ ହେଲ ଆପଣଙ୍କ ହିସାବରେ ହିଁ କଷ୍ଟମାଇଜ୍ ହେବ ଚ୍ୟାନେଲ୍ ।

ଟ୍ରାଇ ନୂଆ ନିୟମ ଅନୁସାରେ ଗ୍ରାହକଙ୍କୁ କୌଣସି ଚ୍ୟାନେଲ ଦେଖିବା ପାଇଁ ଜୋରଜୋବରଦସ୍ତ କରାଯିବନାହିଁ । ଟିଭି ସ୍କ୍ରିନେର ସମସ୍ତ ଚ୍ୟାନେଲର ସବସ୍କ୍ରିପସନ ମୂଲ୍ୟ ଦେଖାଯିବ । ଆଉ କଷ୍ଟମର କେୟାର ପାଖକୁ କଲ୍ କରି ଆପଣ ବ୍ରଡ଼କାଷ୍ଟର ୱେବାସାଇଟ ସବସ୍କ୍ରାଇବ୍ କରିପାରିବେ । ଟ୍ରାଇ ଅନୁସାରରେ ଗ୍ରାହକ ୧୦୦ ଷ୍ଟାଣ୍ଡାର୍ଡ଼ ଡେଫିନିସନ୍ ଚ୍ୟାନେଲ ଚୟନ କରିବାର ସ୍ୱାଧୀନତା ଦିଆଯାଇଛି । ନିଜ ହିସାବରେ ଚ୍ୟାନେଲ୍ କଷ୍ଟମାଇଜ୍ କରିପାରିବେ ଗ୍ରାହକ । ଆପଣ ଚାହିଁଲେ ମାଗଣା ଚ୍ୟାନେଲ ରଖିବେ ନହେଲ ଦେୟଯୁକ୍ତ ଚ୍ୟାନେଲ ଚୟନ କରିବେ । ଦେୟଯୁକ୍ତ ଚ୍ୟାନେଲ ପାଇଁ ଭିନ୍ନ ଭାବେ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ, ଅନ଼୍ୟପଟେ ମାଗଣା ଚ୍ୟାନେଲ ପାଇଁ ଆପଣଙ୍କୁ ନର୍ଦ୍ଧାରିତ ରାଶି ଦେବାକୁ ପଡ଼ିବ ।