ଗ୍ରାହକଙ୍କୁ ଟଙ୍କା ଫେରାଇବ ରିଲାଏନ୍ସ । ଲାଭବାନ ହେବେ ପ୍ରିପେଡ ଓ ପୋଷ୍ଟପେଡ ଉପଭୋକ୍ତା ।

27

ଖୁବଶୀଘ୍ର ଗ୍ରାହକଙ୍କୁ ଟଙ୍କା ଫେରାଇବ ରିଲାଏନ୍ସ କମ୍ୟୁନିକେସନ । ମୋବାଇଲ ଉପଭୋକ୍ତାଙ୍କର ଖର୍ଚ୍ଚ ହୋଇନଥିବା ଟଙ୍କା ଓ ସିକ୍ୟୁରିଟି ବାବଦରେ ଦେଇଥିବା ଟଙ୍କା ଉପଭୋକ୍ତାଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ବା ଟ୍ରାଇ । ଗ୍ରାହକମାନେ ନିୟାମକଙ୍କୁ କରିଥିବା ଅନୁରୋଧକୁ ଗ୍ରହଣ କରିଛନ୍ତି ଟ୍ରାଇ ।

ଟ୍ରାଇ ଅନିଲ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ କମ୍ପାନୀ ପ୍ରିପେଡ ଗ୍ରାହକଙ୍କୁ ଖର୍ଚ ହୋଇନଥିବା ଟଙ୍କା ପୋଷ୍ଟପେଡ ଗ୍ରାହକଙ୍କୁ ସିକ୍ୟୁରିଟି ଟଙ୍କା ଫେରାଇବା ସମ୍ବନ୍ଧିତ ରିପୋର୍ଟ ଯଥାକ୍ରମେ ଫେବୃୟାରୀ ୧୫ ଓ ମାର୍ଚ୍ଚ ୩୧ ସୁଦ୍ଧା ଦାଖଲ କରିବାକୁ ନୋଟିସ ଦେଇଛନ୍ତି । ଏକ ସ୍ୱତନ୍ତ୍ର ପରିସ୍ଥିତିରେ ରିଲାଆନ୍ସ ପୋର୍ଟେବଲ ନମ୍ବରଗୁଡିକରେ ହୋଇଥିବା ରିଚାର୍ଜ କୁପନ ବା ଭାଉଚର ପ୍ଲାନରେ ଖର୍ଚ୍ଚ ହୋଇନଥିବା ଟଙ୍କା ଫେରାଇଥିଲା ।

ତା ଛଡା ଯେଉଁମାନେ ନମ୍ବର ପୋର୍ଟବଲ କରିପାରିନଥିଲେ କିମ୍ବା ସେବା ପାଇପାରିନଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରିବ । ଋଣବୋଝ ଓ ଦେବାଳିଆ ଯୋଗୁ ରିଲାଏନ୍ସ କମ୍ପାନୀ ଏହାର ନେଟସ୍ୱାର୍କ ଦେଶର ଅଧାସ୍ଥଆନରୁ ଡିମେମ୍ବର ୧ରୁ ସେବା ବନ୍ଦ କରିଦେଇଥିଲା ।

ଟ୍ରାଇ କହିଛି ସଂସ୍ଥା ସେବା ବନ୍ଦ କରିବା ଦ୍ୱାରା ଅନେକ ଗ୍ରାହକ ନମ୍ବର ପୋର୍ଟବଲ କରିପାରିନଥିଲେ ଓ ଅନେକ ଗ୍ରାହକଙ୍କ ମୋବାଇଲ ନମ୍ବର ବନ୍ଦ ହୋଇଯାଇଥିଲା । ଫଳରେ ଅନେକ ଗ୍ରାହକ ପ୍ରଭାବିତ ହୋଇଥିଲେ । ଅନେକଙ୍କର ପ୍ରିପେଟ ଗ୍ରାହକଙ୍କର ବାଲନସ ଓ ପୋଷ୍ଟପେଡ ଗ୍ରାହକଙ୍କର ଟଙ୍କା ରହିଯାଇଥିଲା ଯାହା ସେତେବେଳେ କମ୍ପାନୀ ଫେରାଇନଥିଲା । ତେବେ ଉଭୟ ପ୍ରକାରର ଗ୍ରାହକଙ୍କୁ ବଳକା ଟଙ୍କା ଫେରାଇବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରାଇ ।