ଟ୍ରାଇ ବଢ଼ାଇଲା ଡେଡଲାଇନ୍, ଏହି ତାରିଖ ପର୍ଯ୍ୟନ୍ତ ଚୟନ କରିପାରିବେ ନିଜ ମନ ପସନ୍ଦର ଚ୍ୟାନେଲ

152

ଟେଲିକମ୍ ରେଗୁଲେଟରୀ ଅଥରିଟି ଅପ୍ ଇଣ୍ଡିଆ ଗ୍ରାହକଙ୍କୁ ଟିଭି ଚ୍ୟାନେଲ ବାଛିବାର ଡେଡଲାଇନ୍ ବଢ଼ାଇଦେଇଛି । ସବସ୍କ୍ରାଇବର୍ସ ଏବେ ୩୧ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ନିଜର ପୁରା ପ୍ଲାନକୁ ଜାରି ରଖିପାରିବେ । ସୂଚନାଯୋଗ୍ୟ, ଟିଭି ଚ୍ୟାନେଲ ଚୟନ କରିବାର ଡେଡଲାଇନ୍ ୨୯ ଡିସେମ୍ବର ଥିଲା ଯାହାକୁ ବଢ଼ାଇ ୩୧ ଜାନୁୟାରୀ କରିଦିଆଯାଇଛି ।

ପୂର୍ବରୁ ଏହି ସମୟ ସୀମା ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଟ୍ରାଇର ସୂଚନା ଅନୁଯାୟୀ ଦେଶରେ ଏବେ ୧୦୦ ନିୟୁତ କେବୁଲ ଟିଭି ବ୍ୟବହାରକାରୀ ଏବଂ ୬୭ ନିୟୁତ ଡିଟିଏଚ ବ୍ୟବହାରକାରୀ ଅଛନ୍ତି। କିନ୍ତୁ କେବୁଲ ସେବା ଗ୍ରହଣ କରୁଥିବା ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ଏବଂ ଡିଟିଏଚ ସେବା ଗ୍ରହଣ କରୁଥିବା ଗ୍ରାହକଙ୍କ ମଧ୍ୟରୁ ୩୫ ପ୍ରତିଶତ ଗ୍ରାହକ ନୂଆ ବ୍ୟବସ୍ଥାକୁ ଆପଣାଇସାରିଛନ୍ତି।