କଟକ-ଭୁବନେଶ୍ୱର ରାସ୍ତା ବନ୍ଦ ! ମହାମହିମ ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରିବାର ଘଂଟାଏ ପୂର୍ବରୁ ଗାଡି ଚଳାଚଳ ଠପ୍

215

କନକ ବ୍ୟୁରୋ: ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରୁ ବାହାରିବାର ଘଣ୍ଟାଏ ପୂର୍ବରୁ କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥରେ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଭାରୀଯାନଗୁଡ଼ିକ ଜଗତପୁର ଏବଂ ମଙ୍ଗୁଳ ଛକରେ ରହିବା ସହିତ ଖୋର୍ଦ୍ଧା ପିତାପଲି ଛକରୁ ମଧ୍ୟ ଭୁବନେଶ୍ୱର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ବନ୍ଦ ରହିବ। କଟକ-ଭୁବନେଶ୍ୱର ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀବାହୀ ବସଗୁଡ଼ିକ ୪୫ ମିନିଟ୍ ପୂର୍ବରୁ ମଧ୍ୟ ବନ୍ଦ କରାଯିବ।

ଭୁବନେଶ୍ୱରରୁ କଟକ ରାସ୍ତାର ବାମ ପାର୍ଶ୍ୱରେ(ଯେଉଁ ରାସ୍ତାରେ ରାଷ୍ଟ୍ରପତି ଆସିବେ) କୌଣସି ଛୋଟ ଗାଡ଼ି ଆସିଲେ, ସେମାନଙ୍କୁ ମୁଖ୍ୟ ରାସ୍ତା ବଦଳରେ ସର୍ଭିସ୍ ରୋଡରେ ଯିବାକୁ କୁହାଯିବ। ବାଲିକୁଦା ନିକଟରେ ଥିବା ରେଲେଓ୍ଵ ଟ୍ରାକରେ ଆସୁଥିବା ଯାନବାହାନ ମଧ୍ୟ ବନ୍ଦ କରାଯିବ। ଶିଖରପୁରରୁ ବିଡାନାସୀ ପର୍ୟ୍ୟନ୍ତ ଓ୍ଵାନ୍ ଓ୍ଵ ଟ୍ରାଫିକ୍ କରାଯିବ।

ବାମ ପାର୍ଶ୍ୱରେ ରାଷ୍ଟ୍ରପତି ଯିବାର କାର୍ଯ୍ୟକ୍ରମ ଥିବାରୁ କୌଣସି ଯାନବାହାନ ଚଳାଚଳ କରିବ ନାହିଁ। ଡାହାଣ ପାର୍ଶ୍ୱରେ କେବଳ ହାଲୁକା ଯାନ ଯିବ। ଭାରିଯାନଗୁଡ଼ି ସମ୍ପୂର୍ଣ୍ଣ ଭାବେ ଶିଖରପୁର ଏବଂ ଚହଟା ମଧ୍ୟରେ ଗସ୍ତ ପୂର୍ବରୁ ନିଷେଧ କରାଯାଇଛି। ଏହି ରାସ୍ତାର ଉଭୟ ପାର୍ଶ୍ୱରେ କୌଣସି ଯାନବାହାନ ପାର୍କିଂ କରିପାରିବେ ନାହିଁ ।