ଦଶହରା ପାଇଁ ଭୁବନେଶ୍ୱରରେ କଡାକଡି ଟ୍ରାଫିକ୍ ବ୍ୟବସ୍ଥା !

28

କନକ ବ୍ୟୁରୋ : ଦଶହରା ପାଇଁ ଭୁବନେଶ୍ୱର ହୋଇ ଉଠିଲାଣି ଉତ୍ସବମୁଖର । ଆଉ ଏବେ ଚାଲିଛି ନବରାତ୍ରିର ପୂଜା । ବିଭିନ୍ନ ପୂଜା ପେଣ୍ଡାଲରେ ଆକର୍ଷଣୀୟ ତୋରଣ ସବୁ ମନମୋହିଲାଣି । ଲୋକେ ସଜବାଜ ହେଲେଣି Captureପ୍ରିୟପରିଜନଙ୍କ ସହ ପୂଜା ଦେଖିବାକୁ । ଆଉ ଏହାରି ଭିତରେ ଭିଡକୁ ଦୃଷ୍ଟିରେ ରଖି ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଣୁ ପୂଜା ବୁଲିଯିବା ପୂର୍ବରୁ ଏହାକୁ ଟିକେ ନଜର ଦେଲେ ଆପଣ ଅସୁବିଧାରେ ପଡିବେ ନାହିଁ ।

ଏହି ସମୟରେ ଜାତୀୟ ରାଜପଥରେ ଗାଡି ରଖିଲେ ଦେବାକୁ ପଡିବ ଜୋରିମାନା । ଏଥିପାଇଁ ଫୋକସ ପଏଣ୍ଟରେ ରହିଛି ରସୁଲଗଡ, ବାଣୀବିହାର, ଜୟଦେବବିହାର, କଳ୍ପନା ଛକ , ରୂପାଲି ଛକ ଓ ଆଚାର୍ଯ୍ୟ ବିହାର । ଏହାଛଡା ଏହି ଅଂଚଳରେ ୪ଟାରୁ ରାତି ୧୧ଟା ଯାଏଁ ଭାରିଯାନ ଚଳାଚଳ ଉପରେ ବି କଟକଣା ଜାରି କରାଯାଇଛି । ଦଶହରା ସମୟରେ ପୂଜାମଣ୍ଡପ ପାଖରେ ଗାଡି ରଖିବାକୁ ହେବ, ଏନଏଚରେ ଗାଡି ରଖିଲେ ଜୋରିମାନା ଦେବାକୁ ହେବ ।