ଏଜି ଛକରେ ଟ୍ରାଫିକ ପୁଲିସଙ୍କୁ ଛୁରାମାଡ : ୩ ପୁଲିସଙ୍କ ତଂଟି କାଟିଲେ ଦୁର୍ବୃତ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟ୍ରାଫିକ ପୁଲିସକୁ ଆକ୍ରମଣ । ଭୁବନେଶ୍ୱର ଏଜି ଛକରେ ଟ୍ରାଫିକ ପୁଲିସକୁ ଆକ୍ରମଣ କରିଛନ୍ତି ଯୁବକ । ଯୁବକଙ୍କ ଛୁରାମାଡ଼ରେ ୩ ପୁଲିସ କର୍ମୀ ଆହତ ହୋଇଛନ୍ତି । ଏମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି ।

ହେଲମେଟ୍ ଚେକିଂ ଚାଲିଥିବା ସମୟରେ ବଚସା ହେବାରୁ ଉତ୍ୟକ୍ତ ଯୁବକ ଟ୍ରାଫିକ ପୁଲିସ ଉପରକୁ ଛୁରାମାଡ଼ କରିଛନ୍ତି । ଅଭିଯୁକ୍ତ ଯୁବକଙ୍କୁ  ଗିରଫ କରାଯାଇଛି ।