କମୁଛି ସଚେତନତା ବଢୁଛି ଜରିମାନା ଆଦାୟ : ହେଲମେଟ ପିନ୍ଧିବା ପାଇଁ ଲୋକଙ୍କୁ ଟ୍ରାଫିକ ପୋଲିସ କରୁଛନ୍ତି ସଚେତନ

28

କନକ ବ୍ୟୁରୋ : କମୁଛି ସଚେତନତା ବଢୁଛି ଜରିମାନା ଆଦାୟ  । ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ହେଲମେଟ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଥିବା ବେଳେ ଏବେବି ବଢୁଛି ଜରିମାନା ଆଦାୟ  । ହେଲମେଟ ନପିନ୍ଧି ଗାଡି ଚଳାଉଥିବା ଚାଳକଙ୍କ ଠାରୁ ୨୦୧୭ରେ କଟକ କମିଶନରେଟ ପୁଲିସ ଆଦାୟ କରିଛି ପ୍ରାୟ ୧କୋଟି ୫୦ଲକ୍ଷ ଟଙ୍କା  । ତେବେ ଏହା ୨୦୧୬ତୁଳନାରେ ଅଧିକ ରହିଛି ।

୨୦୧୬ରେ ୧ଲକ୍ଷ ୫୩୩ଜଣ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ପୁଲିସ ଆଦାୟ କରିଥିଲା ୧କୋଟି ୫୦ଲକ୍ଷ ୭୯ହଜାର ୨ଶହ ଟଙ୍କା  । ସେହିପରି ୨୦୧୭ରେ ୧ଲକ୍ଷ ୪ହଜାର ୬୮ଜଣ ଖିଲାପକାରୀଙ୍କ ଠାରୁ ଆଦାୟ କରାଯାଇଥିଲା ୧କୋଟି ୬୪ଲକ୍ଷ ୭୮ହଜାର ଟଙ୍କା  ।

ବର୍ଷ           ନିୟମ ଉଲ୍ଲଙ୍ଘନକାରୀ       ଆଦାୟ ରାଶି

୨୦୧୬      ୧୦୦,୫୩୩             ୧୫୦୭୯୨୦୦

୨୦୧୭       ୧୦୪,୦୬୮             ୧୬୪୭୮୦୦୦

ଟ୍ରାଫିକ ପୁଲିସ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ହେଲମେଟ ପିନ୍ଧିବା ପାଇଁ ସଚେତନ କରାଉଛି  । ଅପରପକ୍ଷରେ ଏମିତି ନିୟମଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଆଗାମୀ ଦିନରେ ଗାଡି ନିର୍ମାତା କଂପାନୀଗୁଡିକ ଗାଡି ବିକିବା ସମୟରେ ଗ୍ରାହକକୁ ହେଲମେଟ ଦେବା ବାଧ୍ୟତାମୂଳକ କରାଯିବା ନେଇ ନିୟମ କରିବାକୁ ଟ୍ରାଫିକ ପୋଲିସ ଯୋଜନା ରଖିଥିବା କଟକ ଟ୍ରାଫିକ ଏସସିପି କହିଛନ୍ତି  ।