୧୮ ବର୍ଷରୁ କମ ବୟସର ପିଲାଙ୍କ ଗାଡି ଉଠାଇନେଉଛି ପୁଲିସ୍ ! କେନ୍ଦ୍ରୀୟ ବିଦ୍ୟାଳୟ ୱାନ ଆଗରେ ଟ୍ରାଫିକ ପୁଲିସର ଧରପଗଡ । ଭୟରେ କ୍ୟାମ୍ପସରୁ ବାହାରୁନାହାନ୍ତି ଛାତ୍ରଛାତ୍ରୀ

866

କନକ ବ୍ୟୁରୋ: ୧୮ ବର୍ଷ ତଳର ପିଲା ବିନା ଲାଇଲେନ୍ସରେ ଗାଡି ଚଳାଇବାରୁ କାର୍ଯ୍ୟାନୁଷ୍ଠାନ ନେଇଛି ଟ୍ରାଫିକ ପୋଲିସ । ପୋଲିସ ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ ଆଗରୁ ପିଲାମାନେ ନେଇଆସିଥିବା ଗାଡି ଉଠାଇନେଇଛି । ପୂର୍ବରୁ ଏ ନେଇ ସ୍କୁଲକୁ ଆସି ଟ୍ରାଫିକ ଡିସିପି ସାଗରିକା ନାଥ ପିଲାଙ୍କୁ ସଚେତନ କରାଇଥିଲେ । ତାସତ୍ୱେ ପିଲାମାନେ ଲାଇସେନ୍ସ ନ ଥାଇ ଗାଡି ନେଇ ସ୍କୁଲକୁ ଆସିବାରୁ ଆକ୍ସନ ମୋଡକୁ ଆସିଛି ପୋଲିସ ।

ପୋଲିସ ଚଢାଉ ଦେଖି ଗାଡି ଧରି ଆସିଥିବା ପିଲାମାନେ ସ୍କୁଲ ପରିସରରୁ ବାହାରକୁ ବାହାରୁନାହାନ୍ତି । ଏପଟେ ସେମାନଙ୍କ ପରିବାରକୁ ଖବର ଦିଆଯିବାରୁ ଅଭିଭାବକ ଆସି ଗାଡି ନେଉଥିବା ଦେଖିବାକୁ ମିଳୁଛି ।  ବେଆଇନ ଭାବେ ଶହ ଶହ ପିଲା ଗାଡି ନେଇ ସ୍କୁଲକୁ ଆସୁଛନ୍ତି । ନୂଆ ଟ୍ରାଫିକ ନିୟମ ଅନୁସାରେ  ବିନା ଲାଇସେନ୍ସରେ ୧୮ ବର୍ଷରୁ କମ ପିଲା ଗାଡି ଚଳାଇଲେ ୧୦ ହଜାର ଟଙ୍କା ଫାଇନ ସହ ଅଭିଭାବକଙ୍କୁ ଜେଲଦଣ୍ଡର ପ୍ରାବଧାନ ରହିଛି ।