ବିଷ ପାଲଟିଛି ବଣ ଚାକୁଣ୍ଡା ! ବିଶେଷଜ୍ଞଙ୍କ ରିପୋର୍ଟକୁ ଗ୍ରହଣ କରି ପାରୁନାହାଁନ୍ତି ମାଲକାନଗିରିର ଆଦିବାସୀ

53

ମାଲକାନଗିରି : ଜାପାନୀଜ୍ ଏନସେଫାଲାଇଟିସରେ ୩୨ ଜଣ ପ୍ରାଣ ହରାଇଛନ୍ତି । ହେଲେ ୬୪ଜଣଙ୍କ ଜୀବନ ନେଇଛି ଏନସାଫାଲୋପାଥି । ଆଉ ଏହା ପଛରେ ଅଛି ବଣ ଚାକୁଣ୍ଡା ଗକ୍ତର ଫଳ ଓ ଚେର । ଯାହା ଆଦିବାସୀ ମୂଲକର ପିଲାଙ୍କୁ ମୃତ୍ୟୁ ମୁହଁରେ ପକାଇଦେଉଛି । ଦୀର୍ଘ ଦିନର ଗବେଷଣା ପରେ ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି ପ୍ରଖ୍ୟାତ ଶିଶୁରୋଗ ବିଶେଷଜ୍ଞ ଜାକବ୍ ଜନ୍ ।

ହେଲେ ଏ ରିପୋର୍ଟକୁ ସହଜରେ ଗ୍ରହଣ କରି ପାରୁ ନହାଁନ୍ତି ମାଲକାନଗିରି ଆଦିବାସୀ । ଏହି ବଣୁଆ ଗଛର ଫଳ ସେମାନଙ୍କ ପାଇଁ ବର୍ଷ ବର୍ଷର ନିତିଦିନିଆ ଖାଦ୍ୟ । ମୃତ୍ୟୁର କାରଣ ଖୋଜୁଥିବା ଗବେଷକଙ୍କ ଏହି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା । ଆଦିବାସୀଙ୍କ ପାଲଟା ପ୍ରଶ୍ନ, କଅଁଳ ପିଲା ବଣ ଚାକୁଣ୍ଡା ଖାଆନ୍ତି ନାହିଁ । ଏପରିକି ସେପ୍ଟେମ୍ବର ମାସରେ ଏହି ଗଛରେ ଫଳ ଧରେନି । ତେଣୁ ପାଲଟା ଅଭିଯୋଗ ହୋଇଛି, ଅପପୁଷ୍ଟିକୁ ଲୁଚାଇବାକୁ ଏହା ସରକାରଙ୍କ ଚାଲ୍ ।