ଗୃହ ମନ୍ତ୍ରୀ ରାଜନାଥ ସିଂହ କଲେ ଟ୍ୱିଟ୍ : ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଅଛନ୍ତି

38

କନକ ବ୍ୟୁରୋ : ଆଣ୍ଡାମାନ ଓ ନିକୋବରର ହେଭଲକ ଓ ନିଲ୍ ଦ୍ୱୀପରେ ଝଡ ବର୍ଷା ଯୋଗୁଁ ପ୍ରାୟ ୧୪ ଶହ ପର୍ଯ୍ୟଟକ ଫସି ରହିଛନ୍ତି । ଭାରତୀୟ ନୌସେନା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଭିତିରେ ଅଭିଯାନ ଆରମ୍ଭ କରିଛି । ପୋର୍ଟ ବ୍ଲେୟାରରେ ନୌସେନାର ୪ଟି ଜାହାଜ ପହଂଚିଛି । ଝଡତୋଫାନ ଯୋଗୁଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ।

ତେବେ ଫସି ରହିଥିବା ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ନେଇ ଗୃହ ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରିଛନ୍ତି ଏବଂ ଝଡତୋଫାନ କମିବା ମାତ୍ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜନାଥ କହିଛନ୍ତିି । ପର୍ଯ୍ୟଟକଙ୍କୁ ଦ୍ୱୀପରୁ ବାହାର କରିବା ପାଇଁ ପୋର୍ଟ ବ୍ଲେୟାରରେ ଏକ କଂଟ୍ରୋଲ ରୁମ ଖୋଲା ଯାଇଛି । ଭାରତୀୟ ତଟରକ୍ଷୀ ବାହିନୀର ବିତ୍ରା, ବଙ୍ଗାରାମସ, କୁମ୍ଭୀର ଏବଂ ଏଲସିୟୁ-୩୮ ଜାହାଜ ପୋର୍ଟ ବ୍ଲେୟାରରେ ପହଂଚିଛି ।