କେତେ ସାଙ୍ଘାତିକ ସେଲଫି! ଜୟପୁରରେ ସେଲଫି ନେଉଥିବା ଜଳପ୍ରପାତର ୫୦ ଫୁଟ ତଳକୁ ଖସିପଡ଼ିଲେ ଯୁବକ

43

କନକ ବ୍ୟୁରୋ : ସେଲଫି ନେବା ବେଳେ ଜଳପ୍ରପାତ ତଳକୁ ଖସିପଡିଲେ ଯୁବକ । କୋରାପୁଟ ପଟାଙ୍ଗୀ ବ୍ଲକ ନୂଆଗାଁ ଗାଲିଗବଡର ଜଳପ୍ରପାତ ବୁଲି ଆସିଥିବା ଜଣେ ପର୍ଯ୍ୟଟକ ୫୦ ଫୁଟ ତଳକୁ ଖସିପଡି ଗୁରୁତର ହୋଇଛନ୍ତି । ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତି କରାଯାଇଛି । କଳାହାଣ୍ଡି ଜିଲ୍ଲାର ସୁବ୍ରତ ନାଗ ଅନ୍ୟ କିଛି ଯୁବକଙ୍କ ସହ ଗାଲିଗବଡର ସ୍ଥିତ ରତିବାଲି ଜଳପ୍ରପାତ ବୁଲିବାକୁ ଯାଇଥିଲେ । ତେବେ ଅସାବଧାନତା କାରଣରୁ ଗୋଡ ଖସିଯିବାରୁ ସୁବ୍ରତ ପ୍ରାୟ ୫୦ ଫୁଟ ତଳକୁ ଖସିପଡିଥିଲେ ।

ସାଂଗରେ ଥିବା ଅନ୍ୟ ଯୁବକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ପଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏହାପୂର୍ବରୁ ଭାଲୁ ସହ ସେଲ୍ଫି ନେଇ ଜଣେ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକର ଫାର୍ସାଗୁଡ଼ା ପଂଚାୟତର ପଦୁବସା ଜଙ୍ଗଲରେ । ଜଣେ ବୋଲେରୋ ଡ଼୍ରାଇଭର ଏକ ପୋଖରୀ ନିକଟରେ ଭାଲୁ ସହ ସେଲ୍ଫି ନେଉଥିବା ବେଳେ ଭାଲୁଟି ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ଡ଼୍ରାଇଭରର ମୃତ୍ୟୁ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଂଚ  ଭାଲୁକୁ ଟ୍ରାଙ୍କୁଲାଇଜର ଦେଇ ବେହୋସ କରିବାପରେ ମୃତଦେହ ଉଦ୍ଧାର କରିଛି ।