ଚିଲିକାରେ ଅଟକି ରହିଲା ଯାତ୍ରୀବାହୀ ଡଙ୍ଗା । ସାତପଡାରୁ  ଜହ୍ନିକୁଦା ଯାଉଥିବାବେଳେ  କୁହୁଡିରେ ହୁଡିଲା ବାଟ  

0

କନକ  ବ୍ୟୁରୋ : ଚିଲିକାରେ ବାଟବଣା ହେଲା ଯାତ୍ରୀବାହୀ ଡଙ୍ଗା । ସାତପଡାରୁ  ଜହ୍ନିକୁଦା ଯାଉଥିବାବେଳେ  ଡଙ୍ଗାଟି କୁହୁଡି ଯୋଗୁଁ ବାଟବଣା ହୋଇଛି ।  ଫଳରେ ଫସିଯାଇଛନ୍ତି  ୪୦ରୁ ଅଧିକ ଯାତ୍ରୀ । ପ୍ରାୟ ଏକଘଂଟା ଧରି ଡଙ୍ଗାଟି ଚିଲିକା ମଝିରେ  ଅଟକି ରହିଛି । କୁହୁଡି ଯୋଗୁଁ ଉଦ୍ଧାର ପାଇଁ ବାହାରିଥିବା ଟିମ ଘଟଣାସ୍ଥଳରେ ପଂହଚିପାରିନାହିଁ ।

ଜାନୁୟାରୀ୧୨ତାରିଖ ଦିନ ଚିଲିକା ମଝିରେ ଫସିଯାଇଥିଲେ କିଛି ଯାତ୍ରୀ । ଚିଲିକା ମଝିରେ ଅଟକିଥିଲା ଯାତ୍ରୀବାହି ଡଙ୍ଗା  । ଘନ କୁହୁଡି ଯୋଗୁଁ ସାତପଡାରୁ ଜହ୍ନିକୁଦା ଯାଉଥିବା ଡଙ୍ଗାଟି ଚିଲିକା ମଝିରେ ଏକ କୁଦରେ ଅଟକି ରହିଲା  ।

୨୦ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ସାତପଡାରୁ ଜହ୍ନିକୁଦା ୫କିଲୋମିଟର ଜଳପଥ ଅତିକ୍ରମ କରୁଥିବା ବେଳେ ରାସ୍ତା ଦେଖାନଯିବାରୁ ଏକ କୁଦ ଭିତରେ ଡଙ୍ଗାର ତଳ ଅଂଶ ଲାଗିଯାଇଥିଲା  । ଯାତ୍ରୀମାନେ ହୋହାଲ୍ଲା କରି ହାତ ହଲାଇ ଉଦ୍ଧାର ପାଇଁ ସହାୟତା ମାଗିଥିଲେ  । ଅନ୍ୟ ଡଙ୍ଗା ସାହାଯ୍ୟରେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ।

Comments are closed.