ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଲକ୍ଷାଧିକ ଲୋକ ! ନୂଆବର୍ଷ ପାଇଁ ପୁରୀରେ ପର୍ଯ୍ୟଟକଙ୍କ ଭିଡ, ସୁରକ୍ଷା କଡାକଡି

16

କନକ ବ୍ୟୁରୋ : ଆଜି ଇଂରାଜୀ ନବବର୍ଷର ପ୍ରଥମ ସକାଳ । ଆଇ ଏହି ନବବର୍ଷକୁ ପାଳନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପୁରୀକୁ ପର୍ଯ୍ୟଟକଙ୍କ ଭିଡ । ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ବର୍ଷ ଆରମ୍ଭ କରିବା ପାଇଁ ଲୋକମାନେ ଉଜାଗର ରହି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।ମାନେ ଆସିଛନ୍ତି

ସକାଳସୁଦ୍ଧା ଏହା ୭ ଲକ୍ଷ ପାର ହୋଇଯିବ ବୋଲି ପ୍ରଶାସନ ଆକଳନ କରିଛି। ମହାପ୍ରଭୁଙ୍କୁ ଭକ୍ତମାନେ ଯେଭଳି ଶୃଙ୍ଖଳିତ ଦର୍ଶନ କରିବେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରିବା ସହ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏଥିପାଇଁ ଗତକାଲି ରାତି ୯ଟା ୩୦ ମିନିଟରୁ ଦର୍ଶନ ବନ୍ଦ ରଖି ପହୁଡ଼ ବ୍ୟବସ୍ଥା କରାଯାଇଥିଲା ।

ଗତକାଲି ମହାପ୍ରଭୁଙ୍କ ନୀତି ସଅଳ ସାରି ଇଂରାଜୀ ନବବର୍ଷ ପାଳନ ଅବସରରେ ରାତି ସାଢ଼େ ଗୋଟାଏରେ ଦ୍ଵାର ଫିଟାଯାଇଛି। ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଓ୍ଵାନ ଓ୍ଵ ବ୍ୟବସ୍ଥା ହୋଇଥିବା ବେଳେ ଅଧ କିଲୋମିଟର ଦୀର୍ଘ ବାରିକେଡ଼୍ ନିର୍ମାଣ କରାଯାଇଛି। ଏଥିପାଇଁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେଉଥିବା ବେଳେ ଶହେ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି।

ସିଂହଦ୍ଵାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଶ୍ରୀଜଗନ୍ନାଥ ବଲ୍ଲଭ, ଶରଧାବାଲି, ଏସସିଏସ କଲେଜ ଓ ଜିଲ୍ଲା ସ୍କୁଲ ପରିସରରେ ପାର୍କିଂ ବ୍ୟବସ୍ଥା କରାଯାଇଛି।