ଭାରତର ସବୁଠାରୁ ସ୍ୱଚ୍ଛ ସହର ଯେଉଁଠି ମଇଳା ବିକ୍ରି କରି ଆୟ କରନ୍ତି ଲୋକେ ! ଜାଣନ୍ତୁ କ’ଣ ସେହି ସହରର ନାମ

62

ନିର୍ବାଚନ ପୂର୍ବରୁ ଆଜିକାଲିର ନେତାମାନେ ଭୋଟ ହାତେଇବା ପାଇଁ ସ୍ୱଚ୍ଛତାକୁ ମୁଖ୍ୟ ପ୍ରସଙ୍ଗ ଭାବେ ବ୍ୟବହାର କରୁଛନ୍ତି । କିନ୍ତୁ ନିର୍ବାଚନ ଜିତିବା ପରେ ନେତାମାନେ ସବୁକିଛି ଭୁଲିଯାଆନ୍ତି । ସ୍ୱଚ୍ଛତା ପ୍ରସଙ୍ଗକୁ ନେଇ ଆଲୋଚନାବେଳେ ରାଜନେତାମାନେ ହିଁ ମୁହଁ ଫେରାଇ ନେଇଥାନ୍ତି । ଏହି ପ୍ରସଙ୍ଗ ବିଷୟରେ ଚର୍ଚ୍ଚା ହେବା ମାତ୍ରେ ନେତାମାନଙ୍କ ମୁଣ୍ଡରୁ ଝାଳ ବାହାରି ଯାଏ କିମ୍ବା ଅଣଦେଖା କରନ୍ତି । ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶର ସ୍ୱଚ୍ଛତା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଆରମ୍ଭରୁ ସମସ୍ତେ ଏହି ଅଭିଯାନ ପ୍ରତି ଆଗ୍ରହ ଦେଖାଇଥିଲେ ଏବେ ଏସବୁ ଥଣ୍ଡା ପଡ଼ିଯାଇଛି ।

ଆପଣ ଜାଣି ଆଶ୍ୱର୍ଯ୍ୟ ହେବେ, ଭାରତରେ ଏଭଳି ଏକ ସହର ରହିଛି, ଯାହାକୁ ଭାରତର ସବୁଠାରୁ ସଫାସୁତରା ସହର ଭାବେ ଘୋଷିତ କରାଯାଇଛି । ଏହି ସହରର ନାମ ‘ମହୀଶୂର’ । ବାସ୍ତବରେ ପ୍ରତ୍ୟେକ ଲୋକଙ୍କୁ ଅବଗତ କରିବା ଦରକାର କି, କୌଣସି କାମ ସଫଳ ଫଛରେ ସମସ୍ତଙ୍କ ଯୋଗଦାନ ହେବା ଜରୁରୀ । ତେବେ ଏ ବାବଦରେ ମହୀଶୂର ଲୋକମାନେ ପ୍ରକୃତରେ ପ୍ରଶଂସାର ଯୋଗ୍ୟ ଅଛନ୍ତି । ମହୀଶୂରର ସହର କୁମ୍ବର କୋପଲ, ନିଜ ସହରକୁ ସଫା ସୁତରା ରଖିବା ସହ ମଇଳାରୁ ହିଁ ରୋଜଗାର କରୁଛନ୍ତି । କୁମ୍ବର କୋପଲର ନାଗରିକମାନ ଜିରୋ ୱେଷ୍ଟ ମ୍ୟାନେଜମେଂଟ ପ୍ଲାଂଟକୁ ଦେଖାଶୁଣା କରୁଛନ୍ତି । ସୂଚନାଯୋଗ୍ୟ ଏହି ଛୋଟ ସହରରେ ଆବର୍ଜନାରୁ ହେଉଥିବା ରୋଜଗାର ତାଙ୍କର ମୁଖ୍ୟ ହତିଆର ଅଟେ ।

କୁମ୍ବର କୋପଲରେ ପ୍ରତିଦିନ ୨୦୦ ଘରରୁ ଓଦାଳିଆ ଆବର୍ଜନା ଓ ଶୁଖିଲା ଆବର୍ଜନାକୁ ଭିନ୍ନ ଭିନ୍ନ ସ୍ଥାନରେ ଜମା କରାଯାଏ । ତା’ପରେ ଏହି ଆବର୍ଜନାରୁ ୯୫ ପ୍ରତିଶତ ୱେଷ୍ଟ ମ୍ୟାନେଜମେଂଟ ପ୍ଲାଂଟକୁ ପଠାଇ ଦିଆଯାଏ । ଯେଉଁଠାରେ ପ୍ରତିଦିନ ୫ ଟନ ଅଳିଆରୁ କମ୍ପୋଷ୍ଟ ତିଆରି ହୁଏ । ଏହି କମ୍ପୋଷ୍ଟକୁ କୃଷକଙ୍କୁ ସାର ରୂପେ ବିକ୍ରି କରାଯାଏ । ଅନ୍ୟପଟେ ଶୁଖିଲା ଆବର୍ଜନା ପ୍ଲାଷ୍ଟିକ ପରି ଜିନିଷକୁ ଜିନିଷକୁ ଏକାଠି କରି ବିକ୍ରି କରି ଦିଆଯାଏ । ଏଥିରୁ ପ୍ରାପ୍ତ ଆୟକୁ ସଫ ସୁତରା କରୁଥିବା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ । ଆୟ ବ୍ୟତୀତ ଏହି କାର୍ଯ୍ୟକର୍ତ୍ତାଙ୍କୁ ଏହି କାର୍ଯ୍ୟ ପାଇଁ ଘର ଓ ସ୍ୱାସ୍ଥ୍ୟ ଚିକିତ୍ସାର ସୁବିଧା ବି ପ୍ରଦାନ କରାଯାଏ । ଏହାସହ ଏଥିରୁ ରୋଜଗାର ହେଉଥିବା ଆୟରୁ ୧ ପ୍ରତିଶତ ଜିରୋ ୱେଷ୍ଟ ମ୍ୟାନେଜମେଂଟ ପ୍ଲାଂନ ପାଇଁ ଖର୍ଚ୍ଚ କରାଯାଏ ।

ମହୀଶୂରକୁ ସୁନ୍ଦର ଓ ସଫାସୁତୁରା କରିବାରେ ‘ସ୍ତ୍ରୀ ଶକ୍ତି’ର ବଡ଼ ଗୁରୁତ୍ୱପ୍ରୂ୍ଣ୍ଣ ଭୂମିକା ରହିଛି । ଏଠାରେ ରହୁଥିବା ମହିଳା ସମୂହ ହିଁ ପ୍ରତ୍ୟେକ ଘରର ଅଳିଆ ଏକତ୍ରିତ କରିବା ସହ ଲୋକଙ୍କୁ ସ୍ୱଚ୍ଛତା ପାଇଁ ଜାଗ୍ରତ କରିଥାନ୍ତି । ଏଠିକାର ପ୍ରତ୍ୟେକ ବ୍ୟକ୍ତି ସଚ୍ଛତାକୁ ନିଜ ଆଖି ଆଗରେ ରଖିଥାନ୍ତି । ଏଥିପାଇଁ ମହୀଶୂରସମସ୍ତ ସ୍ୱଚ୍ଛ ସହର ମଧ୍ୟରୁ ଅନ୍ୟତମ । ମହୀଶୂର କୁମ୍ବର କୋପଲ ସହର ଏଭଳି ଏକ ଉଦାହରଣ ଆମେ କହି ପାରିବା, ଟିକେ ପ୍ରୟାସ ଯୋଗୁଁ ବହୁତ କିଛି ବଦଳି ଯିବ । କେବଳ ସଚେତନ ହେବା ଜରୁରୀ ରହିଛି ।