ରଥରେ ଚଢି ଶ୍ରୀଜିଉଙ୍କୁ ଦର୍ଶନ ପ୍ରସଙ୍ଗ : ଶଙ୍କରାଚାର୍ଯ୍ୟଙ୍କ ରଥ ଚଢିବା ଅଧିକାରକୁ ନେଇ ଆଜି ରିଟ ପିଟିସନର ଶୁଣାଣି

28

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଶଙ୍କରାଚାର୍ଯ୍ୟଙ୍କ ରଥ ଚଢିବା ଅଧିକାର ନେଇ ଆଜି ହାଇକୋର୍ଟରେ ଶୁଣାଣି । ରଥ ଉପରେ ସମ୍ପନ୍ନ ହେଉଥିବା କୌଣସି ନୀତି ସହିତ ଶଙ୍କରାଚାର୍ଯ୍ୟଙ୍କ ସଂପର୍କ ଅଛି କି ନାହିଁ ସେନେଇ କୋର୍ଟରେ ମାମଲା ଦାୟର କରିଥିଲେ ବସନ୍ତ କୁମାର ବେହେରା ନାମକ ଜଣେ ବ୍ୟକ୍ତି । ଗତକାଲି ଏନେଇ ଶଙ୍କରାଚାର୍ଯ୍ୟଙ୍କ ପକ୍ଷ ରଖିଥିଲା ପୁରୀ ଗୋବର୍ଦ୍ଧନ ପୀଠ । ଆଜି ମାମଲା ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସ ଅନୁସାରେ ରଥାରୁଢ ଶ୍ରୀଜିଉଙ୍କୁ ଦର୍ଶନ କରିବାର ଅଧିକାର ଶଙ୍କରାଚାର୍ଯ୍ୟଙ୍କର ଅଛି କି ନାହିଁ ସେନେଇ ଆଜି ପକ୍ଷ ରଖିବ ପୀଠ । ସାଧାରଣ ଭକ୍ତଙ୍କୁ ରଥରେ ଚଢି ଶ୍ରୀଜିଉଙ୍କୁ ଦର୍ଶନ କରିବାର ଅଧିକାର ଦିଆଯାଉନଥିବାବେଳେ ଶଙ୍କରାଚାର୍ଯ୍ୟଙ୍କୁ କିଭଳି ଏହି ଅଧିକାର ଦିଆଗଲା ବୋଲି ପ୍ରଶ୍ନ କରି ଏହି ରିଟ ପିଟିସନ ଦାଖଲ କରାଯାଇଛି । ମାମଲାରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ ଜାରି କରାଯାଇଥିବାବେଳେ ଗତ ଜାନୁଆରୀ ୧୨ରେ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।