ଛତିଶଗଡ ବିଜାପୁରରେ ପୁଲିସ- ମାଓବାଦୀ ମୁହାଁମୁହିଁ

27

ମାଲକାନଗିରି: ଛତିଶଗଡ ବିଜାପୁରରେ ପୁଲିସ- ମାଓବାଦୀ ମୁହାଁମୁହିଁ । ବିଜାପୁର କୋଟେର ଜଙ୍ଗଲରେ ସୁରକ୍ଷା ବାହିନୀ ଲାଲବାହିନୀ ମଧ୍ୟରେ ଏନକାଉଂଟର ହୋଇଛି । ଉଭୟ ପକ୍ଷରୁ ବେଶ କେତେ ଘଂଟା ଧରି ଗୁଳି ବିନିମୟ ହୋଇଛି । ସୁରକ୍ଷାବାହିନୀଙ୍କ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଥିବା ଛତିଶଗଡ ପୁଲିସ ସୂଚନା ଦେଇଛି । ଏହାସହ ଘଟଣାସ୍ଥଳରୁ ୩ଟି ବନ୍ଧୁକ, ବିସ୍ଫୋରକ ଓ ବହୁ ମାଓ ସାମଗ୍ରୀ ଜବତ ହୋଇଛି ।