ଘରମାଲିକଙ୍କ ଅମାନବୀୟ କାଣ୍ଡ : ଘରୋଇ କାମରେ ନିୟୋଜିତ ନାବାଳିକାକୁ ଚେଙ୍କ ଅଭିଯୋଗ

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭିମଟାଙ୍ଗି ଅଚଂଳରେ ଜଣେ ନାବାଳିକାକୁ ଚେଙ୍କ ଲଗାଯାଇ ଥିବା ଅଭିଯୋଗ ହୋଇଛି । ଘଟଣାରେ ୧୦ ବର୍ଷର ଶିଶୁ ଶ୍ରମିକ ଜଣକ ଆହତ ହୋଇଛନ୍ତି । ଚାଇଲ୍ଡଲାଇନ ଘଟଣା ସ୍ଥଳରୁ ସଂମ୍ପୃକ୍ତ ବାଳିକାଙ୍କୁ ଉଦ୍ଧାର କରିବା ପରେ କ୍ୟାପିଟାଲ ହସପିଟାଲରେ ଚିକିସôû କରାଯାଇଛି । ଭିମଟାଙ୍ଗି ଅଚଳରେ ରହୁଥିବା ଜନୈକ ଇଂଜିନିୟର ଏବଂ ବ୍ୟାଙ୍କରେ କାର୍ଯ୍ୟକରୁଥିବା ତାଙ୍କ ସ୍ତ୍ରୀ ଚୈାଦ୍ୱାର ଅଚଂଳର ଏହି ନାବାଳିକାଙ୍କୁ ଘରେ ଚାକର ଭାବେ ରଖିଥିଲେ । ତେବେ କୌଣସି କାରଣ ପାଇଁ ତାଙ୍କ ବାମ ଗୋଡରେ ଚେଙ୍କ ଲଗାଇଦେଇଥିଲେ। ଘଟଣାକୁ ନେଇ ଏଆରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି ।