କାନାଡାର ଟୋରଂଟରେ ଲୋକଙ୍କ ଉପରେ ମାଡିଗଲା ଟ୍ରକ : ୧୦ ମୃତ, ଅନେକ ଆହତ,ଡ୍ରାଇଭର ଗିରଫ, ଆତଙ୍କବାଦୀ ଆକ୍ରମଣ ଆଶଙ୍କା

25

କନକ ବ୍ୟୁରୋ : କାନାଡାର ଟରଂଟୋରେ ଏକ ଟ୍ରକ ସିରିଜ ଦୁର୍ଘଟଣା ଘଟାଇ ଲୋକଙ୍କୁ ଧକ୍କା ଦେଇଛି । ଏଥିରେ ୧୦ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ତେବେ ଏହା ଆତଙ୍କବାଦୀ ଆକ୍ରମଣ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଟ୍ରକ ଚାଳକକୁ ଗିରଫ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ କୋକୁଆ ଭୟ ସୃଷ୍ଟି ହୋଇଥିଲା । କାନାଡା ପ୍ରଧାନମନ୍ତ୍ରୀ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଘଟଣାର ନିନ୍ଦା କରିବା ସହ ଯାଂଚ ଚାଲିଛି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, କାନାଡାର ଟରଂଟୋରେ ପଥଚାରୀଙ୍କ ଉପରେ ଟ୍ରକ ଚଢ଼ାଇ ଦେଲା ଦୁବୃର୍ତ୍ତ । ଏଥିରେ ୧୦ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଟଂରୋଂଟୋ ପୁଲିସର କହିବାନୁଯାୟୀ ସ୍ଥାନୀୟ ସମୟ ଅପରାହ୍ନ ଗୋଟାଏ ୨୭ ମିନିଟରେ ଏହି ଅଭାବନୀୟ ଘଟଣା ଘଟିଛି । ଲୋକମାନେ ମଧ୍ୟାହ୍ନ ଭୋଜନ କରିବାକୁ ଘରୁ ବାହାରିଥିବାବେଳେ ଅଚାନକ ଭ୍ୟାନଟି ବାଟୋଇଙ୍କ ଉପରେ ମାଡିଯାଇଥିଲା । ତେବେ ଏହା ଆତଙ୍କବାଦୀ ଆକ୍ରମଣ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଟ୍ରକ ଚାଳକକୁ ଗିରଫ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ କୋକୁଆ ଭୟ ସୃଷ୍ଟି ହୋଇଥିଲା । କାନାଡା ପ୍ରଧାନମନ୍ତ୍ରୀ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଘଟଣାର ନିନ୍ଦା କରିବା ସହ କହିଛନ୍ତି ବର୍ତମାନର କାନାଡା ଇତିହାସରେ ଏହା ପ୍ରଥମ ଘଟଣା ।