ଚିରାଫଟା, ପୁରୁଣା ନୋଟ ରଖିଛନ୍ତି କି? : ତେବେ ଚିନ୍ତା କରନ୍ତୁନି, ଏହି ଫଟା ନୋଟ ଆପଣଙ୍କୁ ବନାଇବ ଲକ୍ଷପତି ! କେବଳ କରନ୍ତୁ ଏତିକି କାମ

82

ବଦଳୁଥିବା ସମୟ ସହିତ ୧୦ ଟଙ୍କାର ମୂଲ୍ୟ ମଧ୍ୟ କମ ହୋଇଯାଇଛି । କିନ୍ତୁ ଆପଣଙ୍କୁ ଜଣାଇରଖୁଛୁ ଯେ, ଏହି ୧୦ଟଙ୍କିଆ ନୋଟରେ ଆଜି ବି ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟ ମିଳିପାରିବ । ଏମିତି ଅନେକ ଲୋକ ଅଛନ୍ତି, ଯାହାଙ୍କ ପାଖରେ ଅନେକ ପୁରୁଣା ନୋଟ ଅଛି । ଯେଉଁମାନେ ପୁରୁଣା ନୋଟ ବିକ୍ରି କରିବାକୁ ଚାହୁଁଛନ୍ତି, ଆମେ ସେମାନଙ୍କୁ ଜଣାଇବାକୁ ଯାଉଛୁ ଯେ ଆପଣ ଆପଣଙ୍କ ପୁରୁଣା ନୋଟ ସହଜରେ ମାର୍କେଟରେ ବିକ୍ରି କରିପାରିବେ ଓ ବହୁତ ଲାଭ କମାଇ ପାରିବେ । ଆପଣ ଆପଣଙ୍କ ପୁରୁଣା ନୋଟକୁ ଅନଲାଇନ ଇକମର୍ସ ସାଇଟରେ ବିକ୍ରି କରିପାରିବେ । ସେଥିପାଇଁ ଆପଣଙ୍କୁ ଆପଣଙ୍କ ପୁରୁଣା ନୋଟର ଫଟୋକୁ ସାଇଟରେ ଅପଲୋଡ କରିବାକୁ ପଡିବ ଏବଂ ସେଥିରୁ ଆପଣଙ୍କୁ କ୍ରେତା ମିଳିଯିବେ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ, ୧୦ ଟଙ୍କିଆ ନୋଟ କିଭଳି ହେବା କଥା । ନୋଟ ଯେତେ ପୁରୁଣା ଓ ଦୁର୍ଲଭ ହେବ, ତାହାର ମୂଲ୍ୟ ସେତିକି ଅଧିକ ହେବ । ଏହା ସହିତ ଯଦି ପୁରୁଣା ନୋଟ ଉପରେ କୈାଣସି ସ୍ପେଶାଲ ନମ୍ବର ଯେମିତି ‘୭୮୬’ ଅଙ୍କିତ ହୋଇଥିବ, ଆପଣଙ୍କ ପାଇଁ ଆହୁରି ଖୁସି ଖବର । କାହିଁକିନା ଏହି ନମ୍ବରର ନୋଟର ବଜାରରେ ବହୁତ ଡିମାଣ୍ଡ ଅଛି ଓ ଏହାର ବହୁତ ଭଲ ମୂଲ୍ୟ ବି ମିଳିଯାଏ ।

ଇକମର୍ସ ସାଇଟରେ କେମିତି ବିକ୍ରି କରିବେ ପୁରୁଣା ନୋଟ : ପ୍ରଥମେ ଆପଣଙ୍କୁ ଏହି ସାଇଟରେ ଏକ ଆକାଉଣ୍ଟ ବନାଇବାକୁ ପଡିବ । ଯେତେବେଳେ ଆପଣଙ୍କ ଆକାଉଣ୍ଟ ହୋଇଯିବ, ଆପଣ ସେଇଠି ଆପଣଙ୍କ ପୁରୁଣା ନୋଟ, ମୁଦ୍ରାର ଫଟୋ ଅପଲୋଡ କରି ଦିଅନ୍ତୁ । ଏହା ପରେ ଗ୍ରାହକ ଆପଣଙ୍କୁ ସଂପର୍କ କରିବେ ।