ଘରେ ବସି ବି ତିଆରି କରିପାରିବେ ପାସପୋର୍ଟ ! ଜାଣନ୍ତୁ ପୂରା ପ୍ରକ୍ରିୟା

75

କନକ ବ୍ୟୁରୋ : ଆପଣ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ପାସପୋର୍ଟ ଆବେଦନ କରିବା ପାଇଁ ପଡିବ । ସରକାରଙ୍କ ନିୟମ ଅନୁସାରେ ପାସପୋର୍ଟ ଅଫିସରେ ଆପଣଙ୍କୁ ଆବେଦନ କରିବା ସହ ଅପେକ୍ଷା କରିବା ପାଇଁ ପଡିଥାଏ । ବର୍ତମାନ ସମୟରେ ନିଜର ବ୍ୟସ୍ତବହୁଳ ଜିବନରେ ଲୋକମାନଙ୍କ ପାଖରେ ସମୟର ଘୋର ଅଭାବ ରହିଛି । ତେବେ ବର୍ତମାନ ସେମାନଙ୍କ ପାଇଁ ଆସିଛି ଖୁସି ଖବର । ମିଳିଥିବା ସୂଚନା ଅନୁସାରେ ଏଣିକି ଘରେ ବସି ଆପଣ ନିଜର ପାସପୋର୍ଟ ଆବେଦନ କରିପାରିବେ । କାରଣ ଅନଲାଇନରେ ଏବେ ପାସପୋର୍ଟ ଆବେଦନ କରିହେବ । ସେଥିପାଇଁ ଆପଣଙ୍କୁ ୧୫୦୦ ରୁ ୨୦୦୦ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ ।

 

ଯଦି ଆପଣ ଅନଲାଇନରେ ଏହା ଆବେଦନ କରିବା ପାଇଁ ଇଚ୍ଛୁକ ତେବେ https://portal2.passportindia.gov.in ଯିବା ପାଇଂ ପଡିବ । ପରେ ଏହାରି ମାଧ୍ୟମରେ ନିଜ ନିଜର ପାସପୋର୍ଟ ଆବେଦନ କରିପାରିବେ । ପରେ ନିଜର ପାଖରେ ଥିବା ପାସପୋର୍ଟ ଅଫିସ ଚୟନ କରିବା ପାଇଁ ପଡିବ । ପରେ ରେଜିଷ୍ଟର ଲେଖାଯାଇଥିବା ସ୍ଥାନରେ କ୍ଲିକ କରିବେ । ପରେ Apply for Fresh Passport/Reissue of Passport ଉପରେ କ୍ଲିକ କରିବେ । ଏଠାରେ ଫର୍ମ ପୂରଣ କରିବା ପାଇଁ ୨ ଟି ଅପସନ ରହିଛି । ଏଠାରେ ସରକାରଙ୍କ ପକ୍ଷରୁ ମଗାଯାଇଥିବା ସମସ୍ତ ସୂଚନା ଦେବା ସହ ନିଜର ପାସପୋର୍ଟ ଆବେଦନ କରିପାରିବେ ।

 

ତେବେ ଅନେକ ସମୟରେ ସରକାର ଅନୁଭବ କରିଛନ୍ତି ଯେ, ଲୋକମାନେ ବିଦେଶ ଯାତ୍ରା କରିବା ପାଇଁ ହେଲେ ପାସପୋର୍ଟ କରିବା ପାଇଁ ହେଲେ ଅନେକ ସମୟ ଅପେକ୍ଷା କରିବା ସହ ସରକାରୀ ଅଫିସରେ ଚକ୍କର କାଟିବା ପାଇଁ ପଡିବ । ତେଣୁ ଲୋକମାନଙ୍କ ସୁବିଧା ପାଇଁ ସରକାର ଏବେ ଅନଲାଇନରେ ପାସପୋର୍ଟ ଆବେଦନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ଅନଲାଇନରେ ଆବେଦନ କରିବା ବେଳେ ନିଶ୍ଚିତ ଭାବରେ ଫର୍ମର ପ୍ରିଣ୍ଟ ଆଉଟ ବାହାର କରିବେ । କାରଣ ଯେଉଁ ସମୟରେ ଆପଣ ପାସପୋର୍ଟ ଅଫିସରୁ ତାହା ଗ୍ରହଣ କରିବେ ସେହି ସମୟରେ ଏହି କପର ଆବଶ୍ୟକ ରହିଥାଏ । ତେଣୁ ଏପରି ଭାବରେ ଆପଣ ଘରେ ବସି ପାସପୋର୍ଟ ଆବେଦନ କରିବା ସହ ବିଦେଶ ଯାତ୍ରା ଆରାମରେ କରିପାରିବେ ।